କୋଭିଡ କଟକଣାରେ ପାଳିତ ହୋଇଛି ଆସ୍ଥାର ମହାପର୍ବ ଛଟ, ବିଭିନ୍ନ ନଦୀପଠାରେ କମ୍ ଭିଡ଼ ମଧ୍ୟରେ ଚାଲିଲା ପୂଜାର୍ଚ୍ଚନା

ଭୁବନେଶ୍ୱର : ଆରମ୍ଭ ହୋଇଛି ଆସ୍ଥାର ମହାପର୍ବ ଛଟ। ଏଥର କୋଭିଡ କଟକଣାରେ ପାଳିତ ହୋଇଛି ଛଟ ପୂଜା। ନଦୀପଠାରେ କମ ଭିଡ଼ ମଧ୍ୟରେ କରିଛନ୍ତି ପୂଜାର୍ଚ୍ଚନା । କଟକ ଓ ଭୁବନେଶ୍ୱର ବିଭିନ୍ନ ନଦୀପଠାରେ ପୂଜା କରିଛନ୍ତି ମହିଳା । ଏଠାରେ ବାସ କରୁଥିବା ହିନ୍ଦୀ ଭାଷାଭାଷୀ ବିଭିନ୍ନ ନଦୀପଠାରେ ଛଟ ପୂଜା କରିଛନ୍ତି ।
ପ୍ରତିବର୍ଷ ନଦୀ କୂଳରେ ପୂଜା କରିଥାନ୍ତି। କିନ୍ତୁ ସରକାରଙ୍କ ଗାଇଡ ଲାଇନ ମାନି ୧୦ରୁ ୨୦ଜଣ ସଦସ୍ୟଙ୍କ ମଧ୍ୟରେ ପୂଜା କରିଛନ୍ତି। ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ଏଥିପାଇଁ ବଡି ଭୋରରୁ କିଛି ଭକ୍ତ ନଦୀପଠାରେ ପୂଜାର୍ଚ୍ଚନା କରୁଥିବା ବେଳେ ଅନେକ ଏଥର ଘରେ ପୂଜା କରିଛନ୍ତି । ସାରା ଦେଶରେ ଛଟ୍ ପୂଜା ପାଳନ କରାଯାଇଛି ।