Below header

ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଭାବେ ଚାଲୁ ହୋଇ ପାରିବନାହିଁ ଓଡ଼ିଶା ହାଇକୋର୍ଟ

କଟକ: ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ସ୍ୱାଭାବିକ ଭାବେ ଚାଲୁ ହୋଇ ପାରିବ ନାହିଁ ଓଡ଼ିଶା ହାଇକୋର୍ଟ। ଅଗଷ୍ଟ ୨୧ ତାରିଖରେ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ହାଇକୋର୍ଟରେ ଅଦାଲତ କାର୍ଯ୍ୟ ଚାଲିବ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି।  ଅଗଷ୍ଟ ୨୧ ତାରିଖରେ  ହାଇକୋର୍ଟ ପକ୍ଷରୁ ଜାରି କରାଯାଇଥିବା ବ୍ୟବସ୍ଥା ଅନୁଯାୟୀ ସାରା ରାଜ୍ୟରେ ଅଦାଲତ କାର୍ଯ୍ୟ ଚାଲୁଛି। ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ସେହି ବ୍ୟବସ୍ଥା ଅନୁଯାୟୀ ହିଁ ଅଦାଲତ କାର୍ଯ୍ୟ ଚାଲୁ ରହିବ।

ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବୁନାଲରେ ମଧ୍ୟ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବ। ମାମଲାର ଶୁଣାଣି ପୁର୍ବରୁ ଆଇନଜୀବୀମାନେ ଲିଖିତ ଯୁକ୍ତି ଉପସ୍ଥାପନ କଲେ ଅଦାଲତ ଶୁଣାଣି କମ ସମୟ ମଧ୍ୟରେ ହୋଇପାରିବ ବୋଲି ହାଇକୋର୍ଟ ପକ୍ଷରୁ ଆଇନଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.