Below header

ପୁଣି ଛତିଶଗଡ଼ର ମନମାନି : ଖୋଲିଦେଲା କଲମା ବ୍ୟାରେଜର ସବୁ ଗେଟ୍‌, ବଢ଼ିଲା ହୀରାକୁଦ ଜଳସ୍ତର

ବର୍ଷା ଋତୁ ଆରମ୍ଭ ହେବା କ୍ଷଣି ଛତିଶଗଡ ସ୍ଥିତ କଲମା ବ୍ୟାରେଜର ସମସ୍ତ ଗେଟ ଗୁଡିକୁ ଖୋଲିଦେଇଛି ଛତିଶଗଡ଼। ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର।

ଛତିଶଗଡ଼ (କେନ୍ୟୁଜ): ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲକ୍ଷ ୧୮ ହଜାର କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୩. ୬୭ ଫୁଟ। ତେବେ କଲମାର ସମସ୍ତ ଗେଟ୍‌ ଖୋଲିଲେ ମଧ୍ୟ ହୀରାକୁଦ ଜଳଭଣ୍ଡାରକୁ କୌଣସି ବିପଦ ନାହିଁ ବୋଲି କହିଛନ୍ତି ହୀରାକୁଦ ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.