ତାଇଓ୍ଵାନକୁ ପୁଣି ଚୀନର ନାଲି ଆଖି, ତାଇୱାନ ସୀମା ଭିତରକୁ ପଶିଲା ଚୀନର ୧୧ଟି ଏୟାରକ୍ରାଫ୍ଟ
ତାଇଓ୍ଵାନକୁ ପୁଣି ଚୀନର ନାଲି ଆଖି । ଉଭୟ ଆକାଶ ଓ ଜଳପଥରେ ତାଇୱାନକୁ ଘେରିବାକୁ ଚେଷ୍ଟା କରିଛି ଚୀନ। ତାଇୱାନର ମେଡିଆନ ଲାଇନକୁ ପାର କରିଛି ଚୀନର ୧୧ଟି ଏୟାରକ୍ରାଫ୍ଟ । ଡ୍ରାଗନର ୨୪ଟି ୱାରପ୍ଲେନ ପାର କରିଥିବା ବେଳେ “ଜଏଣ୍ଟ ୱାର ରେଡିଏନ୍ସ ପାଟ୍ରୋଲ’’ ନିକଟରେ ୫ଟି ଯୁଦ୍ଧପୋତ ଦେଖିବାକୁ ମିଳିଛି ।

ଏଥିରେ ଫାଇଟର ଜେଟ୍ ଓ ବମ୍ବର ମଧ୍ୟ ସାମିଲ ଅଛି। ଏ ସୂଚନା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ଦେଇଛି । ଏହାପରେ ତାଇୱାନ ନିଜର ଏୟାରକ୍ରାଫ୍ଟ ସହ ଏକ ଯୁଦ୍ଧପୋତ ମଧ୍ୟ ଚୀନ ସେନାକୁ ଚେତାବନୀ ଦେବାକୁ ପଠାଇଥିଲା। ତାଇୱାନ ଉପରେ ଏବେ ଚୀନ ସାମରିକ ଚାପ ବଢ଼ାଇବା ଆରମ୍ଭ କରିଦେଇଛି ବୋଲି ମଧ୍ୟ ତାଇଓ୍ଵାନର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।