Below header

କେହି ଶୁଣିଲେନି, ଶେଷରେ ପାହାଡ଼ କାଟି ଜମିକୁ ପାଣିନେଲେ ଚାଷୀ

ପାହଡ଼ କାଟି ଚାଷ ଜମିକୁ ପାଣି ନେଉଛନ୍ତି । ଜମିକୁ ପାଣି ପହଁଚିଲେ ଚାଷ କରିବେ । ପାହଡ଼କୁ କାଟି ପାହାଡ଼ର କଡ଼େ କଡ଼େ କେନାଲ ତିଆରି କରୁଛନ୍ତି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁରୁ ଏପରି ଚିତ୍ର ଆସିଛି ।

ରାୟଗଡ଼ା(କେନ୍ୟୁଜ୍): ପାହଡ଼ କାଟି ଚାଷ ଜମିକୁ ପାଣି ନେଉଛନ୍ତି ଗାଁ ଲୋକେ । ଜମିକୁ ପାଣି ପହଁଚିଲେ ଚାଷ କରିବେ । ଯାହା ରୋଜଗାର ହେବ ପରିବାର ଚଳିବ । ନେତାଠୁ ପ୍ରଶାସକ ସମସ୍ତଙ୍କୁ ଗୁହାରି କଲେ କେହି ଶୁଣିଲେ ନାହିଁ । ଶେଷରେ ବାଧ୍ୟହୋଇ ପାହାଡ଼ କାଟିଲେ । କୋଦାଳ ଓ ଶାବଳ ଧରି କେନାଳ ଖୋଳିବାରେ ଲାଗିଛନ୍ତି । ପାହଡ଼କୁ କାଟି ପାହାଡ଼ର କଡ଼େ କଡ଼େ କେନାଲ ତିଆରି କରୁଛନ୍ତି । ଅଧବାଟ ଖୋଳିଛନ୍ତି । ଆଉ ଅଧବାଟ ବାକି ଅଛି । ତା ପରେ ଯାଇ ବିଲକୁ ପାଣି ପହଁଞ୍ଚିବ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ନୂଆଗାଁରୁ ଏପରି ଚିତ୍ର ଆସିଛି ।

କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ନୂଆଗାଁ ନିକଟରେ ଏକ ଚେକ୍ ଡ୍ୟାମ ନିର୍ମାଣ କରାଯାଇଛି । ହେଲେ ଡ୍ୟାମର ପାଣି ଚାଷ ଜମିକୁ ଯିବାପାଇଁ କୌଣସି କେନାଲର ବ୍ୟବସ୍ଥା ନାହିଁ । ଫଳରେ କେବଳ ବର୍ଷାଜଳ ଉପରେ ଭରଷା କରୁଛି ଚାଷୀ । ବର୍ଷାରେ ଅନିୟମିତତା ଦେଖା ଦେଉଥିବାରୁ ଠିକ ଭାବରେ ଚାଷ ହୋଇପାରୁ ନାହିଁ । ଯେଉଁଥି ପାଇଁ ଚାଷୀକୁ କ୍ଷତି ସହିବାକୁ ପଡ଼ୁଛି । ଏ ବାବଦରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ସହ ସମସ୍ୟାର ସମାଧାନ ପାଇଁ ଦାବି କରି ଆସୁଥିଲେ ଚାଷୀ । ହେଲେ କୌଣସି ପ୍ରଶାସକ ଏନେଇ ପଦକ୍ଷେପ ନେଉ ନଥିଲେ । ନେତାଙ୍କୁ ବି ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା ।

ଚେକ୍ ଡ୍ୟାମ ନିର୍ମାଣ ହେଲେ ଜମିକୁ ଜଳ ସେଚନ ପାଇଁ କେନାଲର ମଧ୍ୟ ନିର୍ମାଣ ଜରୁରି । ହେଲେ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ବର୍ଷ ବର୍ଷ ଧରି କେନାଲ ନିର୍ମାଣ ନହୋଇ ପଡ଼ି ରହିଛି । ଫଳରେ ଚାଷ ଜମିକୁ ପାଣି ମାଡୁନାହିଁ । ବାଧ୍ୟହୋଇ ଚାଷୀ ପାହାଡ଼ କାଟି ୫ କିଲୋମିଟର କେନାଲ ନିଜେ ଖୋଳିଛନ୍ତି । ଯାହା ଅନ୍ୟପାଇଁ ଉଦାହରଣ ପାଲଟିଛି । ସରକାର ଉପରେ ନିର୍ଭର ନକରି ନିଜେ କରିଦେଖାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.