ରାଜ୍ୟପାଳଙ୍କ ୟୁ ଟର୍ଣ୍ଣ, ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଲେ

ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ ପ୍ରସଙ୍ଗରେ ତାମିଲନାଡୁ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ । ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ରାଜ୍ୟପାଳ । ଏନେଇ ରାଜ୍ୟପାଳ ଆରଏନ ରବି ଆଟର୍ଣ୍ଣି ଜେନେରାଲଙ୍କ ମତାମତ ଲୋଡ଼ିବେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି ।

ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ ପ୍ରସଙ୍ଗରେ ତାମିଲନାଡୁ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ଆଇନଗତ ଯୁଦ୍ଧ । ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ରାଜ୍ୟପାଳ । ଏନେଇ ରାଜ୍ୟପାଳ ଆରଏନ ରବି ଆଟର୍ଣ୍ଣି ଜେନେରାଲଙ୍କ ମତାମତ ଲୋଡ଼ିବେ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି । ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀ ଚାକିରି ବଦଳରେ ଟଙ୍କା ନେବା ଏବଂ ମନି ଲଣ୍ଡରିଂ ଭଳି ଅପରାଧିକ ମାମଲାର ଛନ୍ଦି ହୋଇଛନ୍ତି ।

ବର୍ତ୍ତମାନ ସେ ବିଚାରବିଭାଗୀୟ ହାଜତରେ ଅଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାମଲାର ତଦନ୍ତ କରୁଛି। ଏହାସହ ଅନେକ ଅପରାଧିକ ମାମଲାର ତଦନ୍ତ ରାଜ୍ୟ ପୋଲିସ ଦ୍ୱାରା କରାଯାଉଛି। ରାଜ୍ୟପାଳ ଗତକାଲି ସେନ୍ଥିଲଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିଥିଲେ । ପରେ ଏହି ନିର୍ଦ୍ଦେଶକୁ ସ୍ଥଗିତ ରଖିଥିବା ବେଳେ ଏନେଇ ଅଟର୍ଣ୍ଣି ଜେନେରାଲଙ୍କ ପରାମର୍ଶ ଲୋଡ଼ିବେ ବୋଲି ଜଣାଯାଇଛି ।

ସେପଟେ ଏହି ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ରାଜ୍ୟ ସଚିବାଳୟରେ ଆଇନ ମନ୍ତ୍ରୀ ଏସ ରେଘୁପଥୀ ଓ ତାମିଲନାଡୁ ଆଡଭୋକେଟ ଜେନେରାଲ ଏସ ସୁନମଗାସୁନ୍ଧ୍ରମଙ୍କ ସହ ଆଲୋଚନା କରିଛନ୍ତି । ଜୁନ୍‌ ୧୪ ତାରିଖ ସକାଳେ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଥିଲା ଇଡି।

ଏହାପରେ ସେନ୍ଥିଲ ବାଲାଜୀଙ୍କୁ ୨୮ ଜୁନ୍‌ ପର୍ଯ୍ୟନ୍ତ ବିଚରବିଭାଗୀୟ ହାଜତକୁ ପଠାଯାଇଥିଲା। ଗିରଫ ହେବା ପରେ ସେନ୍ଥିଲ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସମୟରେ ସେ କାନ୍ଦିବାର ଭିଡିଓ ବେଶ ଚର୍ଚ୍ଚିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.