ବିଶ୍ୱକପ୍‌ ୨୦୨୩: କ୍ୱାଲିଫାୟର ସୁପର ଷଷ୍ଠ ପର୍ଯ୍ୟାୟ ପାଇଁ ୬ ପ୍ରମୁଖ ଖେଳାଳିଙ୍କ ତାଲିକା କଲା ICC

ଆଇସିସି (ICC) ଦିନିକିଆ (ODI) ବିଶ୍ୱକପ୍‌ କ୍ୱାଲିଫାୟର ୨୦୨୩ର ସୁପର ଷଷ୍ଠ ପର୍ଯ୍ୟାୟ ପାଇଁ ୬ ପ୍ରମୁଖ ଖେଳାଳିଙ୍କ ତାଲିକା କରିଛି।

ଆଇସିସି (ICC) ଦିନିକିଆ (ODI) ବିଶ୍ୱକପ୍‌ କ୍ୱାଲିଫାୟର ୨୦୨୩ର ସୁପର ଷଷ୍ଠ ପର୍ଯ୍ୟାୟ ପାଇଁ ୬ ପ୍ରମୁଖ ଖେଳାଳିଙ୍କ ତାଲିକା କରିଛି। ଏହି ଖେଳାଳିଙ୍କ ମଧ୍ୟରେ ଶ୍ରୀଲଙ୍କାର ଅଲ୍‌ରାଉଣ୍ଡର ଭାନିନ୍ଦୁ ହସରଙ୍ଗା, ଜିମ୍ବାେଓ୍ଵର ଅଲ୍‌ରାଉଣ୍ଡର ସିକନ୍ଦର ରଜା, ସ୍କଟ୍‌ଲାଣ୍ଡର କ୍ୟାପ୍‌ଟେନ ରିଚି ବେରିଙ୍ଗ୍‌ଟନ, ନେଦରଲାଣ୍ଡର ଅଲ୍‌ରାଉଣ୍ଡର ଲୋଗାନ୍‌ ଭ୍ୟାନ୍‌ ବିକ୍‌ ସାମିଲ ହୋଇଛନ୍ତି। ଏହିପରି ୱେଷ୍ଟଇଣ୍ଡିଜ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ନିକୋଲାସ ପୁରନ ଏବଂ ଓମାନ ପେସର ବିଲାଲ ଖାନଙ୍କୁ ତାଲିକାଭୁକ୍ତ କରାଯାଇଛି। ଗୁରୁବାରଠାରୁ ସୁପର ଷଷ୍ଠ ପର୍ଯ୍ୟାୟ ଆରମ୍ଭ ହୋଇଥିଲା।

ବିଶ୍ୱକପ୍‌ ମହୋତ୍ସବ ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବ। ଏହି ସିରିଜ୍‌ ପାଇଁ ୮ଟି ଦଳ ପୂର୍ବରୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଥିବା ବେଳେ ଏଥିରେ ଅଛନ୍ତି ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ ଓ ଆଫ୍‌ଗାନିସ୍ତାନ।

ମୋଟ ୧୦ଟି ଦଳ ଏହି ସିରିଜ୍‌ରେ ଭାଗ ନେବେ। ଦୁଇଟି ଟିମ୍‌ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହାନ୍ତି। ଏଥିପାଇଁ କ୍ୱାଲିଫାୟର ଲଢ଼େଇ ଚାଲିଛି। ଦୁଇଟି ସ୍ଥାନ ପାଇଁ ଯୋଗ୍ୟତା ଅର୍ଜନ ରାଉଣ୍ଡରେ ଜିମ୍ବାେଓ୍ଵ, ନେଦରଲାଣ୍ଡ, ୱେଷ୍ଟଇଣ୍ଡିଜ, ନେପାଳ, ଆମେରିକା, ଶ୍ରୀଲଙ୍କା, ସ୍କଟ୍‌ଲାଣ୍ଡ, ଓମାନ, ଆୟରଲାଣ୍ଡ ଓ ୟୁଏଇ ସମେତ ୧୦ଟି ଟିମ୍‌ ଭାଗ ନେଇଥିଲେ। ଦୁଇଟି ଗ୍ରୁପ୍‌ରେ ବିଭକ୍ତ ଏହି ୧୦ଟି ଟିମ୍‌ ଲିଗ୍‌ ପ୍ରତିଯୋଗିତାରେ ଖେଳିଥିଲେ ଏବଂ ଅଙ୍କ ତାଲିକା ଆଧାରରେ ସୁପର ଷଷ୍ଠ ପର୍ଯ୍ୟାୟରେ ଆଗକୁ ବଢ଼ିଥିଲେ।

ସୁପର ଷଷ୍ଠ ରାଉଣ୍ଡରେ ଆଗକୁ ବଢ଼ିଥିବା ୬ ଟିମ୍‌ ମଧ୍ୟରୁ ପ୍ରତି ଟିମ୍‌ର ଜଣେ ଲେଖାଏ ଖେଳାଳି ହିସାବରେ ମୋଟ ୬ ଜଣ ଖେଳାଳିଙ୍କୁ ଆଇସିସି ଚୟନ କରିଛି ଏବଂ ସେମାନଙ୍କୁ ସର୍ବଶ୍ରେଷ୍ଠ ଖେଳାଳି ରୂପେ ସୂଚୀବଦ୍ଧ କରିଛି। ଜିମ୍ବାେଓ୍ଵ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ, ନେଦରଲାଣ୍ଡ, ସ୍କଟ୍‌ଲାଣ୍ଡ ଓ ଓମାନ ସୁପର ସିକ୍ସ ଦୌଡ଼ରେ ପହଞ୍ଚିଛନ୍ତି। ଏହି ସୁପର ସିକ୍ସ ରାଉଣ୍ଡରୁ ଦୁଇଟି ଟିମ୍‌ ଫାଇନାଲରେ ପହଞ୍ଚିବେ ଏବଂ ବିଶ୍ୱକପ୍‌ ସିରିଜ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.