କେନ୍ଦୁଝର: ପ୍ରତିଶୋଧରୁ ବୈରୀଗଞ୍ଜନଙ୍କୁ ହତ୍ୟା,ଥାନାରେ ଅଭିଯୋଗ କଲେ ପରିବାର ଲୋକ

ବାପାଙ୍କ ରହସ୍ୟମୟ ହତ୍ୟାକାଣ୍ଡ ନେଇ ପୁଅ ପ୍ରମୋଦ ଥାନାରେ ଲିଖିତ ଏତଲା ଦେଇଛନ୍ତି । କଟକ ଜିଲ୍ଲା ନିଆଳିରୁ ଠାବ ହୋଇଥିବା ଭଗବାନ ବୈରୀଗଂଜନ ଚଳାଉଥିବା ଟ୍ୟାକ୍ସିକୁ ଘଷିପୁରା ଥାନା ପୋଲିସ୍‌ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି ।

ଆନନ୍ଦପୁର(କେନ୍ୟୁଜ୍): କଟକର ଟ୍ୟାକ୍ସି ଚାଳକ ଭଗବାନ ବୈରୀଗଞ୍ଜନଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ । ପ୍ରତିଶୋଧ ପରାୟଣ ହୋଇ ବୈରୀଗଞ୍ଜନଙ୍କୁ ହତ୍ୟା କରାଯାଇଥିବା ଆଜି ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ବାପାଙ୍କ ରହସ୍ୟମୟ ହତ୍ୟାକାଣ୍ଡ ନେଇ ପୁଅ ପ୍ରମୋଦ ଥାନାରେ ଲିଖିତ ଏତଲା ଦେଇଛନ୍ତି । କଟକ ଜିଲ୍ଲା ନିଆଳିରୁ ଠାବ ହୋଇଥିବା ଭଗବାନ ବୈରୀଗଂଜନ ଚଳାଉଥିବା ଟ୍ୟାକ୍ସିକୁ ଘଷିପୁରା ଥାନା ପୋଲିସ୍‌ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ବୈରୀଗଂଜନଙ୍କ ଘର ପୁରୀ ଜିଲ୍ଲା କଣାସ ଥାନା ଛୋଟିଯୋଡ଼ିରେ । ବହୁ ବର୍ଷ ପୂର୍ବେ ଏକ ସଙ୍ଗିନ୍‌ ମାମଲାରେ ସେ ମୁଖ୍ୟ ସାକ୍ଷୀ ରହିଥିଲେ । ସେହି କାରଣରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରିଛନ୍ତି ପରିବାର ଲୋକେ ।

ଗତ ୨୪ ତାରିଖ ରାତି ପ୍ରାୟ ସାଢ଼େ ୮ରେ କଟକ କଲେଜ ଛକରେ ଏକ ଟାକ୍ସିକୁ ଯାଜପୁର ଯିବାକୁ ଭଡ଼ାରେ ନେଇଥିଲେ ଜଣେ ଯୁବତୀ ଓ ତିନିଜଣ ଯୁବକ । ଡ୍ରାଇଭର ଗାଡ଼ି ସହ ନ ଫେରିବାରୁ ମାଲଗୋଦାମ ଥାନାରେ ନିଖୋଜ ମାମଲା ରୁଜୁ କରିଥିଲେ ଗାଡ଼ି ମାଲିକ ରାଜକିଶୋର ବିଶ୍ୱାଳ। ଗତ ୨୮ ତାରିଖରେ କେନ୍ଦୁଝର ଜିଲ୍ଲା ଘଷିପୁରାର ଦରଖଳା ନିକଟରୁ ଡ୍ରାଇଭର ଭଗବାନ ବୈରୀଗଞ୍ଜନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗତକାଲି କଟକର ନିଆଳି ଅଞ୍ଚଳର ନଦୀ ବନ୍ଧ କଡ଼ରୁ ମିଳିଥିଲା ସୁଇଫ୍ଟ ଡିଜାୟାର କାର । ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.