Below header

ଆୟତ୍ତକୁ ଆସୁଛି ଜଙ୍ଗଲ ନିଆଁ, ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ପକ୍ଷରୁ ସୂଚନା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଜଙ୍ଗଲ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଛି । ଏନ୍‌ଆରଏସ୍‌ସି, ହାଇଦ୍ରାବାଦର ରିପୋର୍ଟ ଅନୁସାରେ ଜଙ୍ଗଲ ନିଆଁ ହ୍ରାସ ପାଇଛି । ଏଫ୍‌ଏସ୍‌ଆଇ ଡେରାଡୁନର ସୂଚନା ଅନୁସାରେ ଲିଭୁଛି ଜଙ୍ଗଲ ନିଆଁ । ୧୨ ତାରିଖରେ ୭୦୧ଟି ଜଙ୍ଗଲ ଆଲର୍ଟ ସ୍ଥାନରେ ନିଆଁ ଲାଗିଥିଲା । ଗତକାଲି ୩୪୧ଟି ଜଙ୍ଗଲ ଆଲର୍ଟ ସ୍ଥାନରେ ନିଆଁ ରହିଛି । ଶିମିଳିପାଳର ୪ଟି ସ୍ଥାନରେ ନିଆଁ ଏବେ ବି ଲାଗି ରହିଛି । ଏବେ ରାଜ୍ୟରେ ୨୫ ଜଣିଆ ୮ଟି ଓଡ୍ରାଫ୍ ଟିମ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଓଡ଼ିଶା ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନବାହିନୀ ପକ୍ଷରୁ ପ୍ରେସ୍ ଇସ୍ତାହାରରେ ଜରିଆରେ ସୂଚନା ଦିଆଯାଇଛି । ରାଜ୍ୟରେ ଜଙ୍ଗଲ ଅଗ୍ନି ପରିଚାଳନା ପାଇଁ ସରକାର ଏବଂ ଟାସ୍କ ଫୋର୍ସ ଦ୍ୱାରା କ୍ଷେତ୍ର ଅଧିକାରୀଙ୍କ ସହ ଅଗ୍ନି ସ୍ଥିତିର ନିରନ୍ତର ବ୍ୟକ୍ତିଗତ ତଦାରଖ ଓ ସମୀକ୍ଷା ଜାରି ରହିଛି । ଶିମିଳିପାଳ ପରେ କୁଲଡିହାରେ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଜଙ୍ଗଲ ନିଆଁ ପରିଚାଳନା ପାଇଁ ରାଜ୍ୟ ସରକାର ଟାସ୍କ ଫୋର୍ସ ଗଠନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.