Below header

ଯାଜପୁର: ବିବାହ ପ୍ରତିଶୃତି ଦେଇ ଦୁଇ ଭଉଣୀଙ୍କ ସହ ଶାରୀରିକ ସମ୍ପର୍କ, ପ୍ରତାରକ ପ୍ରେମିକ ହେଲା କୋର୍ଟ ଚାଲାଣ 

ଯାଜପୁର ଟାଉନ(କେନ୍ୟୁଜ୍):ବିବାହର ପ୍ରତିଶୃତି ଦେଇ ଦୁଇ ଭଉଣୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଯୁବକ ଗିରଫ। ଘଟଣାଟି ଘଟିଛି  ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅଧିନସ୍ତ କସପା ପଂଚାୟତରେ।  ଜୈନିକ ସଂଖ୍ୟାଲଘୁ ସଂପ୍ରଦାୟ  ପରିବାରର ୨ ଭଉଣୀଙ୍କୁ ବିବାହର ପ୍ରତିଶୃତି ଦେଇ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ହେବ ଜଣେ ଯୁବକ ଶାରୀରିକ ସମ୍ପର୍କ ରଖିଆସୁଥିଲେ । ମାତ୍ର ବିବାହ ପାଇଁ ଜଣେ ଭଉଣୀ ଜିଦ ଧରିବାରୁ ଯୁବକ ଜଣକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିଛି ।

ସୂଚନାମୁତାବକ ବିଂଝାରପୁର ଥାନା ଅଳକୁଣ୍ଡ ଗ୍ରାମର ରହିମ ଖାନଙ୍କ ପୁଅ ରଫିକ ଖାନଁ (୪୦) ମଂଗଳପୁର ଥାନା କସପା ପଂଚାୟତର ଦୂର ସମ୍ପର୍କ ଜଣେ ବନ୍ଧୁଙ୍କ ପରିବାରର ୨ ଭଉଣୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା । ୨ ଭଉଣୀଙ୍କ ଅଜଣାତରେ ୨ ଜଣଙ୍କୁ ପ୍ରେମ କରିବା ସହ ବିବାହ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ମାତ୍ର ଏହା ଅଜ୍ଞାତରେ ହୋଇଥିବାରୁ କେହି କାହକୁ ଏସମ୍ପର୍କରେ କହିବା ସମ୍ଭବ ହୋଇପାରିନଥିଲା । ଏଣୁ ଯୁବକ ରଫିକ ଉଭୟଙ୍କ ସହିତ ୧ ବର୍ଷରୁ ଅଧିକ ଦିନ ହେବ ଶାରୀରିକ ସମ୍ପର୍କ ରଖିଆସୁଥିଲା । ମାତ୍ର ଜଣେ ଭଉଣୀ ବିବାହ ପାଇଁ ଜିଦ ଧରିବାରୁ ରଫିକ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ  କରିବା ସହିତ ଘଟଣା ବିଷୟରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ।

ଏସମ୍ପର୍କରେ ଜଣେ ଭଉଣୀ ତାଙ୍କ ପରିବାର ଲୋକଙ୍କ ନିକଟରେ ଜଣାଇବାପରେ ଅନ୍ୟ ଭଉଣୀ ଜଣକ ମଧ୍ୟ ଯୁବକଙ୍କୁ ନେଇ ସମାନ ଅଭିଯୋଗ  ଆଣିଥିଲେ । ଘଟଣା ବିଷୟରେ ପରିବାର ଲୋକେ ସମ୍ପୂର୍ଣ୍ଣ ଅବଗତ ପରେ ମଂଗଳପୁର ଥାନାରେ ପ୍ରତାରକ ଯୁବକଙ୍କ ବିରୁଦ୍ଧରେ ୨ ଟି ପୃଥକ ଲିଖିତ ଅଭିଯୋଗ କରିଥିଲେ ।  ଅଭିଯୋଗକୁ ଭିର୍ତ୍ତିକରି ମଙ୍ଗଳପୁର ଥାନା ପକ୍ଷରୁ ୧୨୭/୨୧ ଏବଂ ୧୨୮/୨୧ ଓ ଭାରତୀୟ ଦଣ୍ଡ ସଂହିତା ୩୭୬/୫୦୬ରେ ୨ଟି ମାମଲା ରୁଜୁ କରି   ଅଭିଯୁକ୍ତ ଯୁବକ ରଫିକକୁ ଅଳକୁଣ୍ଡସ୍ଥିତ ଘରୁ ଗରିଫ କରିବା ସହିତ ଆଜି  କୋର୍ଟ ଚାଲାଣ କରିଛି। ସେପଟେ ୨ ଭଉଣୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଥିବା ମଙ୍ଗଳପୁର ଥାନା ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.