ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣା: ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ

କେନ୍ୟୁଜ୍(ବ୍ୟୁରୋ): ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ଆଗରେ ବିସ୍ଫୋରକ ଗାଡି ମିଳିବା ଘଟଣାରେ ନୂଆ ମୋଡ଼ । ପୋଲିସ ଅଧିକାରୀ ସଚିନ ବାଜେ ଗିରଫ । ୧୨ ଘଣ୍ଟାର ଜେରା ପରେ ସଚିନ ବାଜେଙ୍କୁ ଗିରଫ କରିଛି ଏନଆଇଏ । ରାତି ୧୧ଟା ୫୦ରେ ତାଙ୍କୁ ଗିରଫ କରିଛନ୍ତି ଏନଆଇଏ ଅଧିକାରୀ । ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ହେଉଛନ୍ତି ସଚିନ ବାଜେ । ତାଙ୍କ ବିରୋଧରେ ଜାଲିଆତି, ବିସ୍ଫୋରକ ସାମଗ୍ରୀ ସହ ଅବହେଳା, ଅପରାଧୀକ ଧମକ ଭଳି ସଙ୍ଗୀନ ମାମଲା ଲଗାଇଛି ଏନଆଇଏ ।

sachin baje

ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଫେବ୍ରୁଆରୀ ୨୫ ତାରିଖରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଗାଡ଼ି ଜବତ ହୋଇଥିଲା । ଏହାର ପ୍ରାଥମିକ ତଦନ୍ତ କରୁଥିଲେ ସଚିନ ବାଜେ । ପରେ ତଦନ୍ତ ଦାୟିତ୍ୱରୁ ତାଙ୍କୁ ହଟାଯାଇଥିଲା । ଏବେ ଏନଆଇଏ ତଦନ୍ତ କରୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.