ବିଶ୍ୱକପ ହକି ପାଇଁ ବିର୍ସା ମୁଣ୍ଡା ଷ୍ଟାଡିୟମ ପ୍ରସ୍ତୁତ, ଆଜି ମ୍ୟାଚ ଦେଖିବେ ନବୀନ

ରାଉରକେଲା (କେନ୍ୟୁଜ): ଆଜି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂଧ୍ୟା ୭ଟାରେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍‌ ମ୍ୟାଚ୍‌ ଖେଳାଯିବ । ଭାରତ ମ୍ୟାଚ୍‌ ଦେଖିବାକୁ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରିବେ । ପ୍ରଥମ ଦିନରେ ନୂଆ ତିଆରି ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯିବ ।

ପ୍ରଥମ ମ୍ୟାଚ ଇଂଲଣ୍ଡ-େଓ୍ଵଲସ୍‌ ଓ ଦ୍ୱିତୀୟ ମ୍ୟାଚରେ ଭାରତ-ସ୍ପେନ ମଧ୍ୟରେ ହେବ । ଉଦଘାଟନୀ ମ୍ୟାଚ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିବେ । ବିଶ୍ୱକପ ହକି ଗ୍ରାମରେ ରହିବେ ନବୀନ ପଟ୍ଟନାୟକ । ସିକିମ ମୁଖ୍ୟମନ୍ତ୍ରୀ ଓ ଏଫଆଇଏଚ ଓ ହକି ଇଣ୍ଡିଆର ବରିଶ୍ଠ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବିଶ୍ୱକପ ପାଇଁ ରାଉରକେଲାରେ ନାହିଁ ନଥିବା ଉତ୍ସାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.