Below header

କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ଏସିଏସ୍, କୋଭିଡ ସ୍ଥିତିର କରୁଛନ୍ତି ସମୀକ୍ଷା

କେନ୍ଯୁଜ୍: କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ମୁଖ୍ୟ ଶାସନ ସଚିବଙ୍କ ସହ ଅଛନ୍ତି ACS ପ୍ରଦୀପ୍ତ ମହାପାତ୍ର । ପ୍ରଥମେ ନୂଆପଡ଼ାରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପ୍ରଦୀପ୍ତ ମହାପାତ୍ର । ଏହା ପରେ କଳାହାଣ୍ଡି ଗସ୍ତରେ ଯାଇଛନ୍ତି । ଦୁଇ ଜିଲ୍ଲାର କୋଭିଡ ସ୍ଥିତିର ସମୀକ୍ଷା କରିବା ସହ କରୋନା ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ।

ନୂଆପଡ଼ା ସିଲଦା କୋଭିଡ଼ ହସପିଟାଲକୁ ଆନୁଷଙ୍ଗିକ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟସେବା ଉପରେ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ସେହିଭଳି କଳାହାଣ୍ଡି ଭବାନୀପାଟଣା କାମଠନାରେ ଥିବା କୋଭିଡ଼ ହସପିଟାଲ ଗସ୍ତ କରିବେ ମୁଖ୍ୟ ସଚିବ । ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.