ଦୁନିଆର ସବୁଠୁ ଲମ୍ବା ନଖ ରଖିଥିବା ମହିଳା ୨୮ ବର୍ଷ ପରେ କଲେ ନେଲ୍‌ କଟ୍‌, ଭିଡିଓ ଏବଂ ଫଟୋ ଶେୟାର କଲା ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ

ସାଧାରଣତଃ ଆମେ ସମସ୍ତେ ସପ୍ତାହରେ ଥରେ ନିଜ ନଖ କାଟିଥାଉ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି, ଯିଏ ୨୮ ବର୍ଷ ପରେ ନିଜ ନଖ କାଟିଛନ୍ତି। ମାମଲାଟି ଆମେରିକାର ଟେକ୍ସାସ୍‌ ସହରର। ଏଠାରେ ରହୁଥିବା ଅୟାନା ଓ୍ଵିଲିୟମ୍‌ ନାମ୍ନୀ ମହିଳା ନିଜର ଲମ୍ବା ନଖକୁ ନେଇ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ହେଲେ ସେ ଏବେ ନିଜ ନଖ କଟେଇ ନେଇଛନ୍ତି, ଯାହାର ଫଟୋ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି।

ଏଥି ପୂର୍ବରୁ ଶେଷ ଥର ପାଇଁ ଯେତେବେଳେ ଅୟାନାଙ୍କ ନଖଗୁଡ଼ିକର ଲମ୍ବ ମପା ଯାଇଥିଲା, ତ ସେଗୁଡ଼ିକ ପାଖାପାଖି ୭୩୩.୫୫ ସେଣ୍ଟିମିଟର ଥିଲା। ଅୟାନା ଟେକ୍ସାସ୍‌ର ଡା. ଅଲୀସନ୍‌ଙ୍କ ପାଖରେ ରୋଟାରୀ ପାଓ୍ଵାର୍‌ ଟୁଲ୍‌ ସାହାଯ୍ୟରେ ନିଜ ନଖ କଟେଇଛନ୍ତି।

ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ ଅୟାନାଙ୍କ ନଖ କଟାର ଏକ ଭିଡିଓ ମଧ୍ୟ ୟୁଟ୍ୟୁବ୍‌ରେ ଶେୟାର କରିଛି। ଭିଡିଓରେ ଯେଉଁଭଳି ମେଶିନ ସାହାଯ୍ୟରେ ତାଙ୍କ ନଖ କଟାଯାଉଛି, ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେପଟେ ଏହା ଭାବି କିଛି ଲୋକ କନ୍‌ଫ୍ୟୁଜ୍‌ ବି ଅଛନ୍ତି କି, ଏତେ ବଡ଼ ବଡ଼ ନଖ ସହିତ ଅୟାନା ଏତେ ବର୍ଷ ଧରି କେମିତି ସାଧାରଣ ଜୀବନ ଜିଇଁ ପାରିଥିଲେ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.