ଗଞ୍ଜାମ ବଡପଙ୍କଳ ଗାଁରେ ଅଘଟଣ, ଅଳିଆଗଦାରେ ଲାଗିଥିବା ନିଆଁରେ ପଡି ପ୍ରାଣ ହରାଇଲେ ୬ ବର୍ଷର ଝିଅ

ଗଞ୍ଜାମ: ଅଳିଆଗଦାରେ ଲାଗିଥିବା ନିଆଁରେ ପଡି ପ୍ରାଣ ହରାଇଲେ ୬ ବର୍ଷର ଝିଅ। ଗଞ୍ଜାମ  ଜିଲ୍ଲା ବୁଗୁଡ଼ା ଥାନା ବଡପଙ୍କଳ ଗାଁରେ ଏହି ଅଘଟଣ ଘଟିଛି। ଗାଁର ରାସ୍ତା କଡରେ ଥିବା ଅଳିଆ ଗଦାରେ ନିଆଁ ଲାଗିଥିଲା। ଶିଶୁକନ୍ୟାଟି ଏହି ରାସ୍ତା ଦେଇ ଯାଉଥିବାବେଳେ ଅସାବଧାନତା ବଶତଃ ନିଆଁରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ବୁଗୁଡ଼ା ଓ ପରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.