Below header

ଘୂର୍ଣ୍ଣିବଳୟ ପ୍ରଭାବରେ ପାଗ କୋହଲା ରହିବା ସହ କିଛି ସ୍ଥାନରେ ଜାରି ରହିଛି ହାଲୁକା ବର୍ଷା, ୧୧ଟି ସହର ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଅସମ୍ଭାଳ ଶୀତ ଲହରି । ଦୁଇଦିନ ଧରି ତାପମାତ୍ରାରେ କିଛିଟା ବୃଦ୍ଧି ଘଟିଛି । କେନ୍ଦୁଝରକୁ ଛାଡିଦେଲେ ବାକି ସବୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ଉପରେ ପହଞ୍ଚିଛି । ବୁଧବାର ରାତିରୁ ଘୂର୍ଣ୍ଣିବଳୟ ପ୍ରଭାବରେ ଆକାଶ ମେଘୁଆ ରହିବା ସହ ପାଗ କୋହଲା ରହିଛି । ତେଣୁ ଆଗକୁ ଆହୁରା ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଗତକାଲି ରାତିରେ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବର୍ଷା ହୋଇଛି । ଆଜି ଭୁବନେଶ୍ୱରରେ ମଧ୍ୟ ଝିପଝିପ ବର୍ଷା ହୋଇଥିବା ଜଣାପଡିଛି । ଆଜି କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଭଦ୍ରକ, ବାଲେଶ୍ୱର, ଅନୁଗୁଳ, କଟକ, ଖୋର୍ଦ୍ଧା ଓ ମୟୂରଭଞ୍ଜ ସହର ପାଇଁ ୟୋଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ କିଛି ସ୍ଥାନରେ ମେଘ ପାଗୁଆ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.