Below header

ଚୋରି ହୋଇଥିବା ଶିଶୁପୁତ୍ରକୁ ଫେରି ପାଇବାକୁ ଅସହାୟ ମାଆର ଆକୁଳ ନିବେଦନ, ଉପଯୁକ୍ତ ପ୍ରମାଣ ପତ୍ର ଦେଲେ ଛୁଆକୁ ଦିଆଯିବ ବୋଲି କହିଲେ CWC ଅଧ୍ୟକ୍ଷ

ବାଲେଶ୍ୱର(କେନ୍ୟୁଜ୍): ଚୋରି ହୋଇଥିବା ଶିଶୁପୁତ୍ରକୁ ଫେରି ପାଇବାକୁ ଅସହାୟ ମାଆର ଆକୁଳ ନିବେଦନ । ଚୋରି ଶିଶୁ ଉଦ୍ଧାର ହେବାର ୮ଦିନ ପରେ ମଧ୍ୟ ମା କୋଳକୁ ଫେରିପାରିନି। ଅକ୍ଟୋବର ୪ ତାରିଖରେ ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ଗୋଧି ବସାର ସୀତା ମାରାଣ୍ଡି ଷ୍ଟେସନରେ ଶୋଇଥିବା ବେଳେ ତାଙ୍କ ୪ ମାସର ଶିଶୁ ପୁତ୍ରକୁ କେହି ଚୋରି କରିନେଇଥିଲା । ବହୁ ଖୋଜା ଖୋଜି ପରେ ନ ମିଳିବାରୁ ସୀତା ଏନେଇ ବାଲେଶ୍ୱର ଜିଆର୍‌ପିରେ ଅଭିଯୋଗ କରିଥିଲେ । ସୀତାଙ୍କ ଅଭିଯୋଗ ଆଧାରରେ ଜିଆରପି ବାଲେଶ୍ୱର ଶୋଭରମପୁର ଅଞ୍ଚଳର ପାଣ୍ଡିଆ କିଷ୍କୁ, ବାଲିଆ ଅଞ୍ଚଳର ଯୋଗୀ ପାତ୍ର ଓ ମହାଲକ୍ଷ୍ମୀ ପାତ୍ରଙ୍କୁ ଜେରା କରିଥିଲା । ଶିଶୁକୁ ଓଡ଼ିଶା ବାହାରେ ବିକ୍ରି କରିଥିବା ସେମାନେ ସ୍ୱୀକାର କରିଥିଲେ । ଏହାପରେ ଶିଶୁକୁ ଉଦ୍ଧାର କରି ସିଡବ୍ଳ୍ୟୁସିକୁ ହସ୍ତାନ୍ତର କରାଯାଇ ଶିଶୁ ଯତ୍ନ ଅନୁଷ୍ଠାନରେ ରଖାଯାଇଛି । ଉପଯୁକ୍ତ ପ୍ରମାଣ ପତ୍ର ଦେଲେ ଛୁଆକୁ ଦିଆଯିବ ବୋଲି କହିଛନ୍ତି ସିଡବ୍ଳ୍ୟୁସି ଅଧ୍ୟକ୍ଷ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.