Below header

ଦାରିଙ୍ଗିବାଡ଼ି : ପାଠ ପଢ଼ିବା ପାଇଁ ପିଲାଙ୍କୁ ମିଳୁନି ବହି, ବିଇଓ ଅଫିସରେ ଖାଉଛି ଉଈ

କନ୍ଧମାଳ (କେନ୍ୟୁଜ୍) : ସର୍ବଶିକ୍ଷା ଅଭିଯାନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଯୋଗାଣ ପାଇଁ ଆସିଥିବା ବହି ବଣ୍ଟା ନଯାଇ ଖତ ଖାଉଛି । ବହିରେ ଉଈ ଲାଗି ନଷ୍ଟ ହେଲାଣି। କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବିଇଓଙ୍କ ଅଫିସରେ ଲକ୍ଷ ଲକ୍ଷ ଟଙ୍କାର ପାଠ୍ୟପୁସ୍ତକ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଆସିଥିବା ବହି କିଛି କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଅଫିସରେ ଗଦା ହୋଇ ପଡ଼ିରହିଛି। ସେଥିରେ ଉଈ ଲାଗି ଅଧାରୁ ଅଧିକ ବହି ମଧ୍ୟ ନଷ୍ଟ ହୋଇଗଲାଣି। ସେପଟେ ବହି ଆସୁନଥିବା ପିଲାଙ୍କୁ କୁହାଯାଉଛି।

book

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.