ନିଜ କାର୍ଯ୍ୟାଳୟରେ କୁନି ଅତିଥିଙ୍କୁ ଭେଟିଲେ, ଗେଲ କଲେ ପ୍ରଧାନମନ୍ତ୍ରୀ ମୋଦି, ଫଟୋ ଦେଖିବା ପରେ ସମସ୍ତଙ୍କ ମନରେ ବେଶ୍‌ କିଛି ପ୍ରଶ୍ନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ପିଲାଟି ସହିତ ଖେଳୁଥିବାର ନଜର ଆସୁଛନ୍ତି । ଛୁଆଟି ହେଉଛି ବିଜେପି ସାଂସଦ ସତ୍ୟନାରାୟଣ ଜଟିୟାଙ୍କ ନାତି । ପ୍ରଧାନମନ୍ତ୍ରୀଙ୍କ ଇନଷ୍ଟଗ୍ରାମରେ ଆଜି ଏହି ଫଟୋ ଦେଖିବା ପରେ ସମସ୍ତଙ୍କ ମନରେ ବେଶ୍‌ କିଛି ପ୍ରଶ୍ନ ଉଙ୍କି ମାରିଥିଲା ।

 


ତେବେ ପ୍ରଧାନମନ୍ତ୍ରୀ ମୋଦି ଏହି ଫଟୋଟି ସେୟାର କରିବା ପରେ ଲେଖିଥିଲେ କି, ଆଜି ସଂସଦରେ ମୋ ସହିତ ଦେଖା ହେବା ପାଇଁ ଜଣେ ବହୁତ ଖାସ୍ ସାଙ୍ଗ ଆସିଥିଲେ । ଏହାପରେ ସମସ୍ତଙ୍କ ମନରେ ଏହି କଥା ଆସିଥିଲା କି ଫଟୋଟିରେ ଥିବା କୁନି ଛୁଆଟି କିଏ ?
ପ୍ରଧାନମନ୍ତ୍ରୀଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟରେ ବହୁ ଲୋକଙ୍କର ତୁରନ୍ତ ପ୍ରତିକ୍ରିୟା ସାମ୍ନାକୁ ଆସିଥିଲା ।

narendra

ଖାସ୍ କଥା ଏହା କି, ଲୋକ ତୁରନ୍ତ ଏହି ଫଟୋକୁ ଭାଇରାଲ କରିବାରେ ଲାଗି ପଡିଲେ । ଏଠାରେ ସୂଚନା ଥାଉକି, ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି । ନିଜର ଜୀବନରେ ଜଡିତ ସୂଚନା ଏବଂ କିଛି ଖାସ୍ ମୁହୂର୍ତ୍ତର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.