ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗୁଆ

ପ୍ରକାଶ ପାଇଲା ଯୁକ୍ତ ୨ର ପ୍ରଥମ କଟ ଅଫ ତାଲିକା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍‌ସା। ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦ ଓ କଳାରେ ୮୦ ପ୍ରତିଶତ ରହିଛି।

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ଯୁକ୍ତ ୨ର ପ୍ରଥମ କଟ ଅଫ ତାଲିକା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଗରେ ରହିଛି ରେଭେନ୍‌ସା। ବିଜ୍ଞାନରେ ୯୧.୬୭%, ବାଣିଜ୍ୟରେ ୭୯.୨୦ ଓ କଳାରେ ୮୦ ପ୍ରତିଶତ ରହିଛି।

ଗତ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଗରେ ରହିଛି ରେଭେନ୍‌ସା। ଏଫ୍‌ଏମ କଲେଜର ବିଜ୍ଞାନ କଟ୍‌ଅଫ ମାର୍କ ରହିଛି ୯୦%। ୮୯% କଟ୍‌ଅଫ ମାର୍କ ସହ ତୃତୀୟରେ ରହିଛି ବିଜେବି କଲେଜ। କଳା ଓ ବାଣିଜ୍ୟରେ ରାଉରକେଲା ସରକାରୀ କଲେଜ ଦ୍ୱିତୀୟରେ ରହିଛି। ୨୧୫୮ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ଥିବା ୫ ଲକ୍ଷ ୯ ହଜାର ୬୧୪ ସିଟ୍‌ ରେ ନାମଲେଖା ପାଇଁ ପ୍ରକାଶ ପାଇଛି ପ୍ରଥମ ମେଧା ତାଲିକା ।

ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ହେବ । ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମ ଲେଖାଇବେ । ୮ ତାରିଖରେ ସ୍ଲାଇଡଅପ୍‌ ପାଇଁ ଆବେଦନ କରିପାରିବେ । ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ ଲିଷ୍ଟ । ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ।

Leave A Reply

Your email address will not be published.