ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ, ଓଡିଶା ସିନେ ଜଗତକୁ ଥିଲା ଅନନ୍ୟ ଦାନ

କଟକ(କେ ନ୍ୟୁଜ): ବିଶିଷ୍ଟ ସିନେ ସମୀକ୍ଷକ, ସିନେ ସାମ୍ବାଦିକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କ ପରଲୋକ । କଟକ ଡଗରପଡା ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହୋଇ ଆସୁଥିଲେ । ରଣଧୀରଙ୍କ ଜନ୍ମ ୧୯୩୮ ମସିହା କଟକରେ ହୋଇଥିଲା । କଟକ ଡଗରପଡା ସ୍ଥିତ ତାଙ୍କ ଘରେ ସେ “ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ” ନାମରେ ଓଡ଼ିଶାର ପ୍ରଥମ ସିନେମା ପ୍ରଶିକ୍ଷଣ ସ୍କୁଲ ଖୋଲିଥିଲେ।

ଆଜିର ବହୁ ସିନେ ଓ ଟେଲି କଳାକାର ତାଙ୍କ ସ୍କୁଲରୁ ହିଁ ଅଭିନୟ ସମ୍ବନ୍ଧୀୟ ଶିକ୍ଷା ଗ୍ରହଣ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି । ସେ ଚଳଚ୍ଚିତ୍ର ସାହିତ୍ୟ ପତ୍ରିକା “ଜୀବନ ରଙ୍ଗ” ଓ “ସମ୍ଭ୍ରାନ୍ତ ସାହିତ୍ୟ” ପତ୍ରିକାର ସମ୍ପାଦକ ଥିବା ସହ ଏକା ଧାରାରେ ଜଣେ ଔପନ୍ୟାସିକ ଓ ଲେଖକ ମଧ୍ୟ ଥିଲେ। କାଦମ୍ବିନୀ, ଚିତ୍ର ପୁରୀ ସମ୍ମାନ ଓ ଚଳଚ୍ଚିତ୍ର ପ୍ରତିଭା ସମ୍ମାନ ଆଦି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.