Below header

ଭାରତ ଓ ଇଂଲଣ୍ଡ ଟେଷ୍ଟ୍‍: ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ସଂଗ୍ରହ କଲା ୨୫୭ ରନ୍‌, ହରାଇଲା ୬ ଉଇକେଟ୍‌

ଚେନ୍ନାଇର ଏମ୍‌ଏ ଚିଦମ୍ବରମ୍‌ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନ ମଧ୍ୟ ଇଂଲଣ୍ଡର ନାଁ ବଜାୟ ରହିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ନିଜ ପ୍ରଥମ ଇନିଂସ୍‌ରେ ୬ଟି ଉଇକେଟ୍‌ ହରାଇ ୨୫୭ ରନ୍‌ ସଂଗ୍ରହ କରିଛି। ଭାରତ ଏବେ ବି ଇଂଲଣ୍ଡଠୁ ୩୨୧ ରନ୍‌ ପଛୁଆ ରହିଛି।

ଚତୁର୍ଥ ଦିନ ଇଂଲଣ୍ଡ ସାମ୍ନାରେ ଫଲୋଅନ୍‌ ବଞ୍ଚାଇବାର ବଡ଼ ଚ୍ୟାଲେଞ୍ଜ ରହିବ। ଷ୍ଟମ୍ପ୍‌ସ ସମୟରେ ଓ୍ଵାଶିଙ୍ଗଟନ ସୁନ୍ଦର ୩୩ ଏବଂ ଅଶ୍ୱିନ୍‌ ୮ ରନ୍‌ କରି ପଡ଼ିଆରୁ ବିଦାୟ ନେଇଥିଲେ। ଭାରତୀୟ ଟିମ୍‌ ପକ୍ଷରୁ ଶୁଭମନ୍‌ ଗିଲ୍‌ ଓ ରୋହିତ ଶର୍ମା ଓପେନିଙ୍ଗ୍‌ କରିଥିଲେ। ଅଧିନାୟକ ବିରାଟ କୋହଲି ମାତ୍ର ୧୧ ରନ୍‌ କରି ଡୋମ୍‌ ବ୍ୟାସ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.