ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସମ୍ପାଦକ ସୁରେଶ ବେହେରା ଗିରଫ

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରସ୍ଥିତ ଭୁବନେଶ୍ୱର ପଳାସପଲ୍ଲୀ ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ସମ୍ପାଦକ ସୁରେଶ ବେହେରାଙ୍କୁ ଆଜି କମିଶନରେଟ ପୋଲିସ ଗିରଫ କରିଛି । ଟ୍ରେନିଂ ସେଣ୍ଟରର ଜଣେ ଅନ୍ତେବାସିନୀଙ୍କ ସହ ଯୌନ ନିର୍ଯ୍ୟାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ତାଙ୍କୁ ଗିରଫ କରାଯାଇଛି । ସୁରେଶଙ୍କ ବ୍ୟତୀତ ଘଟଣାରେ ସମ୍ପୃକ୍ତ ଖୋର୍ଦ୍ଧା ଡ଼ିଏସଏସଓ ସଂଗ୍ରାମ ଦାଶ, ଭୁବନେଶ୍ୱରର ଦଲାଲ ଲୁଲୁ, କଟକର ରାଣୀ ମହୁମାଛିଙ୍କ ସମେତ ଟ୍ରେନିଙ୍ଗ ସେଣ୍ଟରର କର୍ମଚାରୀ ରାକେଶ ଷଡ଼ଙ୍ଗୀ, ସଂଯୁକ୍ତା ମେହେରଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

କହିରଖିବା ଉଚିତ ହେବକି ପୂର୍ବରୁ ଯୁବତୀଙ୍କୁ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶଙ୍କୁ ଅଟକ ରଖିଥିଲା ଏୟାରପୋର୍ଟ ଥାନା ପୋଲିସ । ଘଟଣା ବାବଦରେ ଦୀର୍ଘ ସମୟ ଧରି ତାଙ୍କୁ ପଚରା ଉଚୁରା ବି କରାଯାଇଥିଲା । ମାମଲାରେ ଭାଇରାଲ ହୋଇଥିବା ଭିଡିଓ ନେଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି । ସୂଚନା ଦେବା ଉଚିତ ହେବକି, ପୂର୍ବରୁ ଅର୍ଥାତ ଫେବୃଆରୀ ଏକ ତାରିଖରେ ମହାସଂଘର ମହିଳା ପ୍ରଶିକ୍ଷକ ତଥା ସୁରେଶଙ୍କ

ସହଯୋଗୀ ମଧୁମଞ୍ଜରୀ ଧଳଙ୍କୁ ଗିରଫ କରିଥିଲା ଏୟାରପୋର୍ଟ ଥାନା ପୋଲିସ । ଏମାନଙ୍କ ବିରୋଧରେ ଏୟାରପୋର୍ଟ ଥାନାରେ ନିର୍ଯାତନାର ଏକାଧିକ ସାଂଘାତିକ ଅଭିଯୋଗ ଅଣାଯାଇଥିଲା । ଭିନ୍ନକ୍ଷମଙ୍କୁ ନିର୍ଯାତନା ମାମଲା ଉଠିବା ପରଠାରୁ ସୁରେଶ ଓ ମଧୁମଞ୍ଜରୀ ଫେରାର ଥିଲେ । ଦୁଇମାସରୁ ଅଧିକ ଦିନ ଧରି ଫେରାର ଥିଲେ ସଂପାଦକ ସୁରେଶ ବେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.