କୋରାପୁଟରେ ଖୋଲିବ CIPETର ଶାଖା, କେନ୍ଦ୍ରସାର ଓ ରସାୟନ ସଚିବଙ୍କ ସୂଚନା

କୋରାପୁଟରେ ଖୋଲିବ CIPETର ଶାଖା । ଏହି ସୂଚନା ଦେଇଛନ୍ତି କେନ୍ଦ୍ର କେମିକାଲସ୍ ଓ ପେଟ୍ରୋକେମିକାଲସ୍ ସଚିବ ପି. ରାଘବେନ୍ଦ୍ର ରାଓ । ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି । PCPIR ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଛି । ମୁମ୍ବାଇରେ ଆସନ୍ତା ନଭେମ୍ବର ୧୧ ଓ ୧୨ରେ କେମିକାଲସ୍ ଓ ପେଟ୍ରୋକେମିକାଲସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ଯୋଗଦେବା ପାଇଁ ସେ ଓଡ଼ିଶା ସରକାରଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହାପୂର୍ବରୁ କେନ୍ଦ୍ର କେମିକାଲସ୍ ଓ ପେଟ୍ରୋକେମିକାଲସ୍ ସଚିବ ପି. ରାଘବେନ୍ଦ୍ର ରାଓ ପାରାଦୀପ ଯାଇଥିଲେ । ସେଠାରେ ନିର୍ମାଣାଧିନ ପ୍ଲାଷ୍ଟକ ପାର୍କର ଅଗ୍ରଗତି ଓ ବିଭିନ୍ନ ଶିଳ୍ପସଂସ୍ଥାଙ୍କ ସହ ଜରୁରୀ ବୈଠକରେ ଆଲୋଚନା କରିଥିଲେ । ପ୍ଲାଷ୍ଟିକ ପାର୍କ କିପରି ଦେଶରେ ନମ୍ବର ୱାନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.