Below header

ଫାଷ୍ଟ ଫୁଡ୍ ଦୋକାନରେ କମେଣ୍ଟ୍ ମରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ୨ ଗୁରୁତର

ସୋର(କେନ୍ୟୁଜ୍): ଫାଷ୍ଟ ଫୁଡ୍ ଦୋକାନରେ କମେଣ୍ଟ୍ ମରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ୨ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ । ସୂଚନା ଅନୁସାରେ ସୋର କଲେଜଛକ ନିକଟରେ ତୁଡିଗଡିଆ ଅଞ୍ଚଳର ରବିନ୍ଦ୍ର ଶିଅଳ ନାମକ ଜଣେ ଯୁବକ ଫାଷ୍ଟ ଫୁଡ୍ ଦୋକାନ କରିଛନ୍ତି । ଗତକାଲି ରାତିରେ ରବିନ୍ଦ୍ର ଦୋକାନ ବନ୍ଦ କରି ଘରକୁ ଯାଇଥିବା ବେଳେ ଦୋକାନରେ ତାଙ୍କ ଦୋକାନ ପିଲା ଥିବାବେଳେ କିଛି ଯୁବକ ଆସି ସେମାନଙ୍କୁ ମାଡ ମାରିଥିଲେ ।

ଫଳରେ ଦୋକାନ ପିଲା ଦୋକାନ ମାଲିକ ରବିନ୍ଦ୍ରକୁ ଫୋନ କରି ଘଟଣା ସମ୍ପର୍କରେ କହିବାରୁ ରବିନ୍ଦ୍ର ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ଗଣ୍ଡଗୋଳ କରିଥିବା ଯୁବକ ମାନେ କିଛି ଶୁଣିବା ଆଗରୁ ରବିନ୍ଦ୍ରକୁ ମାଡ ମାରି ଲହୁଲୁହାଣ କରିପକାଇଥିଲେ । ସ୍ଥାନୀୟ ଲୋକ ଗୁରୁତରଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ । ଘଟଣାସ୍ଥଳରେ ସୋର ପୋଲିସ୍ ପହଞ୍ଚି ତଦନ୍ତ କରିଛି। କମେଣ୍ଟ ମରାକୁ ନେଇ ଏଭଳି ଗଣ୍ଡଗୋଳ ଘଟିଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.