ବଜ୍ରାଘାତରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ, ପରିବାରର ଅନ୍ଯ ୨ ଗୁରୁତର

ମାଲକାନଗିରି(କେନ୍ୟୁଜ୍): ବଜ୍ରାଘାତରେ ଅଙ୍ଗନୱାଡି କର୍ମୀ ମୃତ୍ୟୁ । ପରିବାରର ଅନ୍ଯ ଦୁଇ ଜଣ ଗୁରୁତର । ମାଲକାନଗିରିର ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ଏମ୍ ପି ଭି ୬୯ ଗ୍ରାମର ଅଙ୍ଗନୱାଡି କର୍ମୀ ଅନିମା ବିଶ୍ବାସଙ୍କ ବଜ୍ରାଘାତରେ ମୃତ୍ଯୁ ହୋଇଥିବାବେଳେ ପରିବାରର ଦୁଇଜଣ ଗୁରୁତର ଥିବା ଜଣାପଡିଛି । ଅନିମା ନିଜ ଘରେ ବାରଣ୍ଡାରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା ।

ଯାହାଫଳରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବାବେଳେ, ଡାକ୍ତର ଅନିମାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ୨ ଜଣଙ୍କୁ କାଲିମେଳା ହସ୍ପିଟାଲ ପରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନିମାଙ୍କ ସ୍ବାମୀ ବର୍ଷେ ପୂର୍ବରୁ ମୃତ୍ଯୁବରଣ କରିଥିବାବଳେ ତାଙ୍କର ଗୋଟିଏ ପୁଅ (୯ ବର୍ଷ) ଓ ଗୋଟିଏ ଝିଅ(୧୪ ବର୍ଷ) ଥିବା ଜଣାପଡିଛି । ମୃତ ଅନିମାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ ମାଲକାନଗିରି ଅଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.