Below header

କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପାଠ ପଢିବେ ପିଲା, ପିଲାଙ୍କୁ ଥଇଥାନ କରିବାକୁ ସରକାର ନେଇଛନ୍ତି ନଷ୍ପତ୍ତି

କରୋନା ଭାଇରସ ସମଗ୍ର ବିଶ୍ୱକୁ ଥରହର କରିଦେଲା। ପ୍ରତ୍ୟେକ ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଲା ଏହି ଭାଇରସ। କେତେକ ଲୋକଙ୍କ ଘର ମଧ୍ୟ ଉଜାଡିଦେଲା। ଗତ ଦୁଇ ବର୍ଷରୁ ଅଧିକ ସମୟ ହେଲାଣି କରୋନା ମହାମାରୀ ଜନଜୀବନ ଅସ୍ତବ୍ୟସ୍ତ ମଧ୍ୟ କରିଦେଇଛି। ମହାମାରୀ ଯୋଗୁଁ କିଏ ନିଜ ସ୍ୱାମୀକୁ ହରାଇଛି ତ ଆଉ କିଏ ପୁଅ। ଆଉ କେଉଁମାନେ ନିଜ ପିତାମାତାକୁ ହରାଇ ଜୀବନର ଦୋଛକିରେ ହାରିଯାଇଛନ୍ତି।

ତେବେ ଏହି ପିଲାଙ୍କୁ ଥଇଥାନ କରିବାକୁ ସରକାର ନେଇଛନ୍ତି ନିଷ୍ପତ୍ତି । ଲାଗୁ କରିଛନ୍ତି ନୂଆ ନିୟମ । ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣା ପାଠ ପଢିବେ କୋଭିଡରେ ବାପା ମାଆଙ୍କୁ ହରାଇଥିବା ପିଲା । କୋଭିଡ ଅନାଥ କୋଟାରେ ଆଡମିଶନ କରିଥିବା ପିଲା ମାଗଣା ପାଠ ପଢିବେ । ଖାସ କରି ପିଏମ୍ କେୟାର୍ସ ଅଧିନରେ ପିଲାମାନଙ୍କୁ ମିଳିବ ଏହି ସୁଯୋଗ ।

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ସଂଶୋଧିତ ନିୟମ ଓ ନିର୍ଦ୍ଦେଶ ଜାରି କରାଯାଇଛି। ଯେଉଁଥିରେ ପ୍ରଥମରୁ ୧୨ଶ ପର୍ଯ୍ୟନ୍ତ କେଭିରେ ଆବେଦନ କରିବା ବିଷୟରେ ଜାଣିବା ପାଇଁ kvsangathan.nic.in କୁ ଯାଇ ସବିଶେଷ ତଥ୍ୟ ପାଇପାରିବେ।

Coronavirus

ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ମାଗଣାରେ ପଢିବେ କୋଭିଡ୍ ଅନାଥ ଶିଶୁ । ବାର୍ଷିକ ୧୦ ଜଣ କୋଭିଡ଼ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ମିଳିବ । ପିଲାମାନଙ୍କର କମ୍ପ୍ୟୁଟର ଫଣ୍ଡ, ଟ୍ୟୁସନ୍ ଫିସ୍ ସବୁକିଛି ଛାଡ କରାଯିବାକୁ ନିଷ୍ପତ୍ତି କରାଯାଇଛି ।

ନିୟମ ଅନୁଯାୟୀ କେଭିରେ ପ୍ରଥମ ଶ୍ରେଣୀରେ ଆଡମିଶନ ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପିଲାର ବୟସ ୬ ବର୍ଷ ହୋଇଥିବା ଜରୁରୀ। ଗାଇଡଲାଇନରେ କେଭିରେ ପ୍ରଥମରୁ ୧୦ ପର୍ଯ୍ୟନ୍ତ ପଢିବା ପାଇଁ କୁହାଯାଇଛି। ଅନୁସୂଚିତ ଜାତି ପାଇଁ ୧୫ ପ୍ରତିଶତ ସିଟ୍‌, ଅନୁସୂଚିତ ଜନଜାତି ପାଇଁ ୭.୫ ପ୍ରତିଶତ ସିଟ୍‌ ଏବଂ ଓବିସି ପାଇଁ ୨୭ ପ୍ରତିଶତ ସିଟ୍‌ ରହିଛି। ୩ ପ୍ରତିଶତ ସିଟ୍‌ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସଂରକ୍ଷିତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.