ଭାରତରେ ଲଞ୍ଚ ହେଲା Micromax IN 2c, ମୂଲ୍ୟ ରହିଛି ମାତ୍ର ୭ ହଜାର ୪୯୯ ଟଙ୍କା

ଫୋନଟିଏ କିଣିବାକୁ ମନ ଅଛି । କିନ୍ତୁ ପାଖରେ ଧନ ନାହିଁ । ଯଦି ଆପଣ ୧୦ ହଜାରରୁ ବି କମ ଟଙ୍କାରେ କୌଣସି ଭାରତୀୟ କମ୍ପାନୀର ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଭାବି ନିଅନ୍ତୁ ଆପଣଙ୍କ ଅପେକ୍ଷା ଶେଷ ହେଲା । ଘରୋଇ କମ୍ପାନୀ ମାଇକ୍ରୋମ୍ୟାକ୍ସ ନିଜ ବଜେଟର ସ୍ମାର୍ଟଫୋନ Micromax IN 2c କୁ ଭାରତୀୟ ବଜାରରେ ଲଂଚ କରିଛି । ମାଇକ୍ରୋମ୍ୟାକ୍ସର ଏହି ଫୋନରେ ଫେସ ଅନଲକ ତଥା ଡୁଆଲ ରିୟର କ୍ୟାମେରା ପରି ଫିଚରମାନ ବି ରହିଛି । ଏହା ସହ ଫୋନରେ 6.52 ଇଂଚର ବଡ ଡିଷ୍ପ୍ଲେ ବି ଦିଆଯାଇଛି | ତେବେ ଆସନ୍ତୁ ଜାଣିବା ମାଇକ୍ରୋମ୍ୟାକ୍ସର ମୂଲ୍ୟ ଓ ଏହାର ଫିଚର ଗୁଡିକ ବିଷୟରେ ।

ଫିଚର:

ଡିଷ୍ପ୍ଲେ ଦୃଷ୍ଟିରୁ ଦେଖିଲେ Micromax IN 2c ରେ 6.53 ଇଂଚର ଏଚଡ଼ି ପ୍ଲସ ଡିଷ୍ପ୍ଲେ ଦିଆଯାଇଛି । ଡିଷ୍ପ୍ଲେର ଷ୍ଟାଇଲ ବି ୱାଟର ଡ୍ରପ ଭଳି ରହିଛି | ଡିଷ୍ପ୍ଲେର ଟଚ ଫାଷ୍ଟ ହେବା ସହ ସମୁଦ ବି । ଏଥିରେ ଦିଆଯାଇଥିବା ଏଣ୍ଡ୍ରଏଡ଼ 11 ହେଉଛି ଏକ ସ୍ଟକ ଏଣ୍ଡ୍ରଏଡ଼ । ଯାହାକି ଅନ୍ୟ ଥାର୍ଡ ପାର୍ଟି ଫୋନ ଗୁଡିକରେ ମିଳିନଥାଏ । ଫୋନରେ 3 ଜିବି ରାମ ସହ 32 ଜିବି ଷ୍ଟୋରେଜ ସୁବିଧା ରହିଛି । ଆଉ ନିଜ ମେମୋରୀ କାର୍ଡ ସାହାଯ୍ୟରେ ଆପଣ ଏହାକୁ 256 ଜିବି ପର୍ଯ୍ୟନ୍ତ ବଢ଼ାଇ ପାରିବେ । ଫୋନରେ UNISOC T 610 ପ୍ରୋସେସର ମିଳିଥାଏ ଯାହାକି ଅକଟାକର ପ୍ରୋସେସରରେ ଫଙ୍କସନ କରିଥାଏ । ପୂର୍ବରୁ ଏହି ଫିଚର Infinix Hot 11 2022 ଓ Realme C25Y ବ୍ୟତୀତ ନୋକିଆ ଏଣ୍ଟ୍ରି ଲେବଲ ଫୋନରେ ବି ଦେଖିବାକୁ ମିଳୁଥିଲା ।

micromax phone
image credit; Cashify

କ୍ୟାମେରା ଦୃଷ୍ଟିରୁ ଦେଖିଲେ ମାଇକ୍ରୋମ୍ୟାକ୍ସର ଏହି ଫୋନରେ ଡୁଆଲ କ୍ୟାମେରା ସେଟଅପ ରହିଛି । ଯେଉଁଥିରୁ ପ୍ରାଇମେରୀ ଲେନ୍ସ 8 ମେଗାପିକସଲର ହୋଇଥିବାବେଳେ ଦ୍ଵିତୀୟ ଲେନ୍ସଟି ପ୍ରୋଟେକ୍ଟ ପାଇଁ ଅଛି । ଅବଶ୍ୟ ଦ୍ଵିତୀୟ ଲେନ୍ସର ମେଗାପିକସଲ ପାଇଁ କମ୍ପାନୀ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଏହାର ଫ୍ରଣ୍ଟରେ 5 ମେଗାପିକସଲ କ୍ୟାମେରା ରହିଛି । କ୍ୟାମେରା ସହିତ ପୋଟ୍ରେଟ, ବ୍ୟୁଟି, ଏଆଇ, ନାଇଟ, କ୍ୟୁଆର କୋଡ଼ ସ୍କାନର ସହ ସ୍ଲୋ ମୋସନ ପରି ଅନେକ ମୋଡ଼ସ ବି ମିଳିପାରିବ ।

ବ୍ୟାଟେରୀ ତଥା କନେକ୍ଟିଭିଟି ଦୃଷ୍ଟିରୁ ଦେଖିଲେ ଏଥିରେ 5000mAh ବ୍ୟାଟେରୀ ରହିଛି ଯାହାକି 10 ୱାଟ ଚାରଜିଙ୍ଗ ପାଇଁ ସପୋର୍ଟ କରିଥାଏ | ମାତ୍ର ଅଢେଇ ଘଣ୍ଟା ଭିତରେ ବ୍ୟାଟେରୀକୁ ଫୁଲ ଚାର୍ଜ କରାଯାଇପାରିବ । କନେକଟିବିଟି ପାଇଁ ଏହି ଫୋନରେ ୱାଇଫାଇ, 2ଜି, 3ଜି ଓ 4ଜିର ସପୋର୍ଟ ବି ମିଳିପାରିବ । ଫୋନରେ ସିଙ୍ଗଲ ସ୍ପିକର, 3.5ଏମଏମ ହେଡ଼ଫୋନ ଜ୍ୟାକ ସମେତ ଟାଇପ ସି ଚାରଜିଙ୍ଗ ପୋର୍ଟ ରହିଛି । ଫୋନର ପାଖାପାଖି ଓଜନ ପ୍ରାୟ 198 ଗ୍ରାମ ହେବ ।

କଣ ରହିଛି ମୂଲ୍ୟ:

କମ୍ପାନୀ ପକ୍ଷରୁ Micromax IN 2cର ମୂଲ୍ୟ 7 ହଜାର 499 ଟଙ୍କା ରଖାଯାଇଛି । ଏହା ପ୍ରାରମ୍ଭିକ ମୂଲ୍ୟ ହୋଇଥିବା ବେଳେ ପରେ ଏହାର ମୂଲ୍ୟ ବୃଦ୍ଧି କରାଯାଇ 8 ହଜାର 499 ଟଙ୍କା କରାଯିବ । ଏହାର ପ୍ରଥମ ବିକ୍ରି ଆସନ୍ତା ମେ 1 ତାରିଖ ଠାରୁ ଆରମ୍ଭ ହୋଇଯିବ । କିନ୍ତୁ ବିକ୍ରି କେଉଁ ପ୍ଲାଟ୍ଫର୍ମରେ ହେବ ସେନେଇ ଏଯାବତ କୌଣସି ସୂଚନା ଦିଆଯାଇନାହିଁ ।

ଏମିତିରେ ତ ଆପଣଙ୍କୁ 8 ହଜାର ଟଙ୍କାର ବଜେଟରେ ଅନେକ ଫୋନ ମିଳିଯିବ । କିନ୍ତୁ ଯଦି ଆପଣ ସ୍ବଦେଶୀ କମ୍ପାନୀର ଫୋନ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ Micromax ବେଷ୍ଟ ଅପସନ ଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.