ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କୋହଲା ପାଗ ସାଙ୍ଗକୁ ବର୍ଷା

ପାଗରେ ପରିବର୍ତ୍ତନ । ଶୀତ ଦିନେ ବର୍ଷା । ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ଜାରି ରହିଛି । ଭୁବନେଶ୍ବର, ଅନୁଗୋଳ, ଭଦ୍ରକ, ସମ୍ବଲପୁର ସମେତ କିଛି ସ୍ଥାନରେ ରେକର୍ଡ ହୋଇଛି ବର୍ଷା ।

ଭୁବନେଶ୍ୱର (କେନ୍ୟୁଜ୍): ପାଗରେ ପରିବର୍ତ୍ତନ । ଶୀତ ଦିନେ ବର୍ଷା । ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ଜାରି ରହିଛି । ଭୁବନେଶ୍ୱର, ଅନୁଗୋଳ, ଭଦ୍ରକ, ସମ୍ବଲପୁର ସମେତ କିଛି ସ୍ଥାନରେ ରେକର୍ଡ ହୋଇଛି ବର୍ଷା । ଗତକାଲି ରାତିରୁ ରାଜଧାନୀରେ ଝିପିଝିପି ବର୍ଷା ଲାଗି ରହିଛି । ଦୁଇ ଦିନ ହେବ ସକାଳୁ ରାତି ଯାଏ କୋହଲା ପାଗ ଓ ହାଲୁକା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି ।

ଆସନ୍ତା ୨୬ ତାରିଖ ଯାଏ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୨୪ ଘଣ୍ଟା ପାଇଁ ଉତ୍ତର ଉପକୂଳ ଓଡ଼ିଶା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢ଼େଙ୍କାନାଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି କୋହଲା ପାଗ । ବର୍ଷା କମିବା ପରେ ରାଜ୍ୟକୁ ଫେରିପାରେ ଶୀତ ଲହରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.