Below header

ରାମମୟ ଅଯୋଧ୍ୟା ନଗରୀ: ଦେଶ ବିଦେଶରୁ ଭକ୍ତଙ୍କ ସମାଗମ, ଆସନ୍ତାକାଲିଠୁ ସର୍ବସାଧାରଣ କରିବେ ରାମଲାଲାଙ୍କ ଦର୍ଶନ

ଆଜି ପ୍ରାଣ ପ୍ରତିଷ୍ଠା ପରେ ୭ ହଜାର ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଫୁଲ ଓ ଆଲୋକମାଳାରେ ଝଟକୁଛି ମନ୍ଦିର । ଅଯୋଧ୍ୟାରେ ଦେଶ ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି । କିଏ ଭଜନ କରୁଛି ତ କିଏ କୀର୍ତ୍ତନରେ ନିଜକୁ ହଜେଇ ଦେଇଛି । ୨୩ ତାରିଖରୁ ସର୍ବସାଧାରଣ ରାମଲାଲାଙ୍କ ଦର୍ଶନ କରିବେ ।

କେନ୍ୟୁଜ୍: ରାମମୟ ଅଯୋଧ୍ୟା ନଗରୀ । ଭାବ ଓ ଭକ୍ତିରେ ଭିଜୁଛି ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିବ୍ୟ ଓ ଭବ୍ୟ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ସାରା ଦେଶବାସୀ । ବେଦ ପାଠ ଓ ମନ୍ତ୍ରଧ୍ୱନୀରେ ମୁଖରିତ ରାମତୀର୍ଥ ଅଯୋଧ୍ୟା । ରାମଧ୍ୱନୀରେ ଗୁଞ୍ଜରିତ ହେଉଛି ଗଗନପବନ । ଚାରିଆଡ଼େ ଭାବ, ଭକ୍ତି ଓ ଆନନ୍ଦର ସ୍ଵର୍ଗୀୟ ପରିବେଶ । ଯୁଆଡ଼େ ଚାହିଁଲେ ମର୍ଯ୍ୟାଦାପୁରୁଷଙ୍କ ଚିତ୍ର ଆଉ ଜୟ ଶ୍ରୀରାମ ଧ୍ୱନୀ । ସକାଳ ୧୦ଟାରେ ମଙ୍ଗଳଧ୍ୱନୀରେ ମୁଖରିତ ହେବ ମନ୍ଦିର ପ୍ରାଙ୍ଗଣ। ବିଭିନ୍ନ ରାଜ୍ୟର ୫୦ ପ୍ରକାର ବାଦ୍ୟଯନ୍ତ୍ର ନୈସର୍ଗିକ ମୂର୍ଛନା ତୋଳିବେ ।

ପୁଲକ ସୃଷ୍ଟି କରିବ ଦିବ୍ୟ ଧ୍ୱନୀ । ପ୍ରାଣ ପ୍ରତିଷ୍ଠା ଉତ୍ସବର ମୁଖ୍ୟ କର୍ତ୍ତା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳ ୧୦ଟା ୨୫ ମିନିଟରେ ଅଯୋଧ୍ୟା ଏୟାରପୋର୍ଟରେ ସେ ପହଞ୍ଚିବେ । ୧୦ଟା ୫୫ରେ ରାମ ଜନ୍ମଭୂମି କ୍ଷେତ୍ରରେ ପହଞ୍ଚିବେ । ୧୨ଟା ୫ମିନିଟରୁ ୧୨ଟା ୫୫ ମିନିଟ ପର୍ଯ୍ୟନ୍ତ ଚାଲିବ ପ୍ରାଣପ୍ରତିଷ୍ଠା ରୀତି ନୀତି । ପ୍ରାଣ ପ୍ରତିଷ୍ଠା ପରେ ୭ ହଜାର ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଫୁଲ ଓ ଆଲୋକମାଳାରେ ଝଟକୁଛି ମନ୍ଦିର । ଅଯୋଧ୍ୟାରେ ଦେଶ ବିଦେଶରୁ ଭକ୍ତଙ୍କ ସମାଗମ ହୋଇଛି । କିଏ ଭଜନ କରୁଛି ତ କିଏ କୀର୍ତ୍ତନରେ ନିଜକୁ ହଜେଇ ଦେଇଛି । ୨୩ ତାରିଖରୁ ସର୍ବସାଧାରଣ ରାମଲାଲାଙ୍କ ଦର୍ଶନ କରିବେ ।

ଅଯୋଧ୍ୟାରେ ଦେଶ ବିଦେଶରୁ ସାଧୁସନ୍ଥ ଓ ଭିଭିଆଇପିଙ୍କ ଭିଡ଼:

ଅଯୋଧ୍ୟାରେ ଦେଶ ବିଦେଶରୁ ସାଧୁସନ୍ଥ ଓ ଭିଭିଆଇପିଙ୍କ ଭିଡ଼ । ବହୁ ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅମ୍ବାନୀ, ଅଦାନୀଙ୍କ ଭଳି ଶିଳ୍ପପତି ଯୋଗ ଦେଉଛନ୍ତି । ୫୪ ଦେଶର ୧୦୦ ପ୍ରତିନିଧିଙ୍କ ସହ ୭ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି ଯୋଗ ଦେବେ। ୫ଶହରୁ ଅଧିକ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ମଧ୍ୟ ଏଥିରେ ସାମିଲ ହେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଟ ଚଳଚିତ୍ର ଅଭିନେତା, ନିର୍ଦ୍ଦେଶକ, ଗାୟକଙ୍କ ସମେତ କ୍ରୀଡ଼ା ଦୁନିଆର ନାମୀଦାମୀ ବ୍ୟକ୍ତିତ୍ୱ ।

sqard

ସୁରକ୍ଷାର ଅଭେଦ୍ୟ ଦୁର୍ଗ ପାଲଟିଛି ଅଯୋଧ୍ୟା । ପ୍ରବେଶ ମାର୍ଗରୁ ମନ୍ଦିର ପ୍ରାଙ୍ଗଣ ପର୍ଯ୍ୟନ୍ତ ପ୍ରତି ସ୍ଥାନରେ ପୋଲିସ ଓ ଏଟିଏସ କମାଣ୍ଡୋ ମୁତୟନ ହୋଇଛନ୍ତି । ସଜାଗ ଅଛନ୍ତି ବ୍ଲାକ କ୍ୟାଟ୍ କମାଣ୍ଡୋ । ୧୩ ହଜାର ସୁରକ୍ଷାକର୍ମୀ, ଆଣ୍ଟି ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ଆକାଶ ମାର୍ଗରୁ ନଜର ରଖିଛି ଡ୍ରୋନ୍ । ୭ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତ ୩ ଦିନ ପାଇଁ ବାହାରୁ ଆସିଥିବା କୌଣସି ଯାନ ଅଯୋଧ୍ୟାରେ ପ୍ରବେଶ କରିପାରିବ ନାହିଁ । ଅଯୋଧ୍ୟାର ହଜାରେ କିମି ପରିସରରେ ସବୁ ବିମାନବନ୍ଦର ବୁକ ହୋଇଛି। ଘରୋଇ ବିମାନ ଅବତରଣ ପାଇଁ ସ୍ଥାନ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.