Below header

ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି : ଆଉ ବର୍ଷେ ମିଳିବ ମାଗଣା ଚାଉଳ, ୨୦୨୩ ଜାନୁଆରୀ ରୁ ଡିସେମ୍ବର ଯାଏ ମିଳିବ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । ହିତାଧିକାରୀଙ୍କୁ ମିଳିବ ଆଉ ବର୍ଷେ ମାଗଣା ଚାଉଳ । ଜାନୁଆରୀରୁ ଆସନ୍ତା ଡିସେମ୍ବର ଯାଏ ଏହି ମାଗଣା ଚାଉଳ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ହିତାଧିକାରୀଙ୍କୁ ମାସିକ ମୁଣ୍ଡ ପିଛା ୫ କେଜି ଲେଖାଏ ଚାଉଳ ମାଗଣାରେ ମିଳିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୧୮ ଅକ୍ଟୋବରରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.