ଭାଙ୍ଗିଗଲା ବଲିଉଡର ଆଉ ଏକ ଚର୍ଚ୍ଚିତ ଯୋଡି, ତାରା ଏବଂ ଆଦରଙ୍କର ହେଲା ବ୍ରେକଅପ୍‌

ବି ଟାଉନରେ କେତେ ବେଳେ କ’ଣ ଘଟିଯାଏ, ତାହା କେହି ଜାଣନ୍ତି ନାହିଁ। କାହା ସହିତ କାହା ସଂପର୍କ ଯୋଡି ହୋଇଯାଏ ଆଉ ଭାଙ୍ଗିଯାଏ ତାହା ମଧ୍ୟ କେହି ଜାଣନ୍ତି ନାହିଁ । କିଆରା ସିଦ୍ଧାର୍ଥ ବିବାହ କରିବାକୁ ଯାଉଥିବା ବେଳେ ବଲିଉଡର ଆଉ ଜଣେ ଚର୍ଚ୍ଚିତ ଯୋଡିଙ୍କ ସଂପର୍କ ଭାଙ୍ଗି ଯାଇଛି। ତାରା ସୁତାରିଆ ଏବଂ ଆଦର ଜୈନଙ୍କ ବ୍ରେକଅପ ଖବର ମିଳିଛି । ଦୁହେଁ ପରସ୍ପର ସହମତିରେ ବ୍ରେକଅପ୍‌ କରିଛନ୍ତି । ତେବେ ସେମାନଙ୍କ ତରଫରୁ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ ।

ମିଡିଆ ରିପୋର୍ଟ ମୁତାବକ, ଦୁହିଁଙ୍କ ବ୍ରେକଅପ୍‌ ପରସ୍ପର ବୁଝାମଣାରେ ହୋଇଛି । ଆଉ ବ୍ରେକଅପ ହେବା ପରେ ଦୁହେଁ ବନ୍ଧୁ ହୋଇ ରହିବେ । ବଲିଉଡରେ ପ୍ରଥମ ଥର ପାଇଁ ଏମିତି ଘଟଣା ଘଟିନାହିଁ । ବଲିଉଡରେ ବ୍ରେକଅପ୍‌ ପରେ ମଧ୍ୟ ବନ୍ଧୁ ଭାବେ ଅନେକ ସେଲିବ୍ରିଟ୍‌ ରହିଛନ୍ତି । ତାରା ଏବଂ ଆଦରଙ୍କର ବହୁତ ପ୍ରଶଂସକ ରହିଛନ୍ତି । ଆଉ ଏମାନଙ୍କ ବ୍ରେକଅପ୍‌ ପରେ ଫ୍ୟାନ୍ସଙ୍କ ମନ ଭାଙ୍ଗି ଯାଇଛି ।

ଆଦର ଜୈନ ଏବଂ ତାରା ସୁତାରିଆଙ୍କୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରନ୍ତି। ଦୁହିଁଙ୍କୁ ସବୁବେଳେ ଏକାଠି ଦେଖିବାକୁ ମିଳିଥାଏ । ଦୁହିଁଙ୍କର ଅନେକ ଫଟୋ ମଧ୍ୟ ଭାଇରଲ ହୋଇଥାଏ । ତେବେ ଦୁହିଁଙ୍କ ବ୍ରେକଅପର କାରଣ କ’ଣ ଜଣାପଡିନାହିଁ । କିନ୍ତୁ ଫ୍ୟାନ୍ସ ଏଭଳି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଫ୍ୟାନ୍ସ ଭାବୁଥିଲେ, ଦୁହିଁଙ୍କ ସଂପର୍କ ବିବାହରେ ପରିଣତ ହେବ । ତାରା ସୁତାରିଆଙ୍କୁ କପୁର ପରିବାର ବୋହୂ ହେବାର ଦେଖି ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । କପୁର ପରିବାରର ଅନେକ ଉତ୍ସବରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଥିଲା । ହେଲେ ଫ୍ୟାନ୍ସଙ୍କ ସ୍ୱପ୍ନ ଏବେ ଭାଙ୍ଗିଯାଇଛି । ତାରା ଏବଂ ଆଦର କେବେ ବି ନିଜ ସଂପର୍କକୁ ଲୁଚାଇ ନାହାନ୍ତି ।

ଆଦର ଜୈନ ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ସଂପର୍କୀୟ ଭାଇ । କପୁର ପରିବାରରେ ତାଙ୍କୁ ସମସ୍ତେ ଭଲ ପାଆନ୍ତି। କିଛି ଫିଲ୍ମରେ କାମ କରିଛନ୍ତି ଆଦର । ସେହିପରି ତାରା ମଧ୍ୟ ଷ୍ଟୁଟେଣ୍ଟ ଅଫ ଦ ଇଅର ୨ରୁ ଡେବ୍ୟୁ କରିଥିଲେ । ଏହାପରେ ଅନେକ ଫିଲ୍ମରେ ସାରାଙ୍କୁ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.