ସୁନ୍ଦରଗଡ଼ରେ ୪ ଲକ୍ଷ ୩୬ ହଜାର ଲୋକଙ୍କୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବାଣ୍ଚିଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼(କେନ୍ଯୁଜ୍): ସୁନ୍ଦରଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସେବା। ୪ ଲକ୍ଷ ୩୬ ହଜାର ଲୋକଙ୍କୁ କାର୍ଡ ବାଣ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିକୂଳ ପାଗ ସତ୍ତ୍ୱେ ଦିନିକିଆ ରାଉରକେଲା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।

୩୮୦ କୋଟି ଟଙ୍କାର ପ୍ରକଳ୍ପକୁୁ ଉଦଘାଟନ କରିବା ସହ ୧୨୭ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ ହୋଇଛି। ରାଉରକେଲା ସୁପର ସ୍ପେଶାଲିଟି ହସ୍ପିଟାଲର ଅଡିଟୋରିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅଗଷ୍ଟ ୧୫ ତାରିଖରେ ରାଜ୍ୟରେ ୯୬ ଲକ୍ଷ ପରିବାର ଓ ସାଢ଼େ ତିନି କୋଟି ଲୋକଙ୍କୁ ସ୍ମାର୍ଟ ହେଲଥ କାର୍ଡ ପ୍ରଦାନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟାୟକ୍ରମେ ସ୍ମାର୍ଟ କାର୍ଡ ବଣ୍ଟାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.