ଗୋଲମରିଚ ସହ ଗରମ ପାଣି ପିଇବା ଦ୍ୱାରା ମିଳିଥାଏ ଏହି ୬ ଅଜବ ପ୍ରକାର ଫାଇଦା, ଆଜି ହିଁ କରି ଦିଅନ୍ତୁ ଆରମ୍ଭ

ଆମେ ଅସୁସ୍ଥ ହୋଇପଡ଼ିଲେ ଆମକୁ ଅସହଜ ଅନୁଭବ ହୋଇଥାଏ। ପ୍ରତିଦିନର କାମ ବାଧାପ୍ରାପ୍ତ ହୋଇଥାଏ। ଜୀବନଶୈଳୀ ଏକପ୍ରକାର ଠପ୍‌ ହୋଇଯାଇଥାଏ। ଏହା କେବଳ ଦୁର୍ବଳ ଇମ୍ୟୁନିଟି କାରଣରୁ ହୋଇପାରେ, ଯଦ୍ଦ୍ଵାରା କି, ଆମେ ମଝିରେ ମଝିରେ ଅସୁସ୍ଥ ହୋଇପଡ଼ିଥାଉ। ତେଣୁ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ କରିବା ବହୁତ ଜରୁରୀ ହୋଇଥାଏ। ଯଦି ଆମେ ସକାଳୁ ଖାଲି ପେଟରେ ଗୋଲମରିଚ ପାଉଡର ସହ ଗରମ ପାଣି ମିଶେଇ ପିଇବା, ତେବେ ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସବୁଠାରୁ ଭଲ ଉପାୟ ହେବ ଏବଂ ଆମକୁ ଅସଂଖ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ଛୁଟକାରା ବି ଦେଇପାରିବ। ଆସନ୍ତୁ ଜାଣିବା ଗୋଲମରିଚ ପାଣି ପିଇବା ଦ୍ୱାରା କ’ଣ ମିଳିଥାଏ ସ୍ୱାସ୍ଥ୍ୟ ଲାଭ।

-ଏହି ଡ୍ରିଙ୍କ୍‌ ଏକ ବଢ଼ିଆ ଇମ୍ୟୁନିଟି ବୁଷ୍ଟର। କାହିଁକିନା, ଏହା ଶରୀରର କୋଶିକାଗୁଡ଼ିକୁ ପୋଷଣ ଦେଇଥାଏ। ଏହା ଋତୁଜନିତ ସଂକ୍ରମଣରୁ ଶରୀରକୁ ସୁରକ୍ଷିତ ରଖିବା ପାଇଁ ମୁକ୍ତ କଣିକାରୁ ହେଉଥିବା କ୍ଷତିକୁ ରୋକିଥାଏ।

-ସୁସ୍ଥ ଶରୀର ପାଇଁ ଖାଦ୍ୟନଳୀ ସୁସ୍ଥ ରହିବା ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏକ ସୁସ୍ଥ ଖାଦ୍ୟନଳୀର ଅର୍ଥ ଏକ ସଫା ତଥା ଡିଟକ୍ସିଫାଇଡ୍‌ ପେଟ। ତେବେ ଏହି ଗୋଲମରିଚ ପାଣି ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ଏବଂ ରସାୟନକୁ ବାହାର କରି ଦେଇଥାଏ। ଏହା ପାଚନ କ୍ରିୟାରେ ସୁଧାର ଆଣିଥାଏ। ଏଥି ସହିତ ପେଟ ସମସ୍ୟାଗୁଡ଼ିକୁ ଦୂର କରିବାରେ ସହାୟକ ହୋଇଥାଏ।

-ବହୁତ ଲୋକ ସକାଳୁ ଏହି ପାଣି ପିଇଥାଆନ୍ତି। ଏହି ଦୁଇଟି ଯାକ ଜିନିଷ ମିଶି ବଢ଼ିଆ ପାଚନ ପାଇଁ ମେଟାବଲିଜମ୍‌କୁ ବଢ଼ାଇ ଥାଆନ୍ତି ଏବଂ ଅଧିକ କ୍ୟାଲୋରୀ ବର୍ଣ୍ଣ କରି ଥାଆନ୍ତି। ଯଦି ଆପଣ ଶରୀରରୁ ଚର୍ବି କମ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଏହି ଡ୍ରିଙ୍କ ଆପଣଙ୍କ ପାଇଁ ଉତ୍ତମ ଫଳପ୍ରଦ ହୋଇପାରେ।

-ଏହି ପାଣି ତ୍ୱଚାର କୋଶିକାଗୁଡ଼ିକୁ ପୋଷଣ ଦେଇ ଡିହାଇଡ୍ରେଶନର ଚିକିତ୍ସା କରିଥାଏ। ଏହା ଆପଣଙ୍କୁ ପୂରା ଦିନ ସତେଜ ରଖିଥାଏ। ଏଥି ସହିତ ତ୍ୱଚାରେ ନମନୀୟତା ବଜାୟ ରଖିଥାଏ।

-ଯେଉଁ ଲୋକ ପୁରୁଣା କୋଷ୍ଠକାଠିନ୍ୟ ରୋଗରେ ପୀଡ଼ିତ, ସେମାନଙ୍କ ପାଇଁ ଏହା ବେଶ୍‌ ଲାଭଦାୟକ ହୋଇପାରିବ। ପ୍ରତିଦିନ ସକାଳୁ ଏହି ପାଣି ନିଶ୍ଚୟ ପିଅନ୍ତୁ। ଏହା ପେଟକୁ ହାଲୁକା ଅନୁଭବ କରେଇବାରେ ଫଳପ୍ରଦ ରହିବ।

-ଯେବେ ଆପଣ ଥରେ ସକାଳୁ ଏହି ପାଣି ପିଇବା ଆରମ୍ଭ କରିଦେବେ, ତ ଅନୁଭବ କରିବେ କି, ଆପଣଙ୍କ ସହନଶକ୍ତି ପାଖାପାଖି ଦୁଇଗୁଣ ହୋଇଯାଇଛି। କାହିଁକିନା, ଏହା ଆପଣଙ୍କ ମେଟାବଲିଜମ୍‌କୁ ବୁଷ୍ଟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.