ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ‘ରକ୍ଷକ’: ୩୦ଜିଲ୍ଲାରେ ୩୦ହଜାର ଜୀବନରକ୍ଷାକାରୀଙ୍କୁ ଦିଆଯିବ ତାଲିମ

ଭୁବନେଶ୍ବର(କେନ୍ଯୁଜ୍): ରକ୍ଷକ କରିବେ ଜୀବନ ରକ୍ଷା। ରାସ୍ତାରେ ଗାଡି ସଂଖ୍ୟା ବୃଦ୍ଧି ପାଇବା ପରେ ଦୁର୍ଘଟଣା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଅଭିନବ କାର୍ଯ୍ୟକ୍ରମ ରକ୍ଷକ। ଦୁର୍ଘଟମାଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବା ସେମାନଙ୍କର ପ୍ରାଥମିକ କାର୍ଯ୍ୟ ହେବ ଏବଂ ସେଥିପାଇଁ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯିବ। ୩୦ ଜିଲ୍ଲାର ୩୦ହଜାର ଜୀବନରକ୍ଷାକାରୀଙ୍କୁ ତାଲିମ ଦିଆଯିବ।

ରାଜ୍ୟର ୧୦ସହରରେ ମାଷ୍ଟର ଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯିବ। ୩୦୦ ପ୍ରଶିକ୍ଷକ ୩୦ ଜିଲ୍ଲାରେ ୩୦ ସପ୍ତାହ ତାଲିମ ପ୍ରଦାନ କରିବେ । ଏହାଦ୍ୱାରା ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ମିଳିପାରିବ । ଲୋକସେବା ଭବନ କନଭେନସନ୍‌ ସେଣ୍ଟରରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୁର୍ଘଟଣାରେ ଶିକାର ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇବାଠାରୁ ପୁଣ୍ୟ ଆଉ କିଛି ନାହିଁ ।

ଏଦିଗରେ ଆଗେଇ ଆସୁଥିବା ଲୋକଙ୍କୁ ୨ହଜାର ଟଙ୍କାର ସହାୟତା ବ୍ୟବସ୍ଥା ରହିଛି । ସେହିପରି ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ସରକାର କରିଛନ୍ତି ୧୪୭ କୋଟିର ଫଣ୍ଡ । ରାଜ୍ୟର ୮ଟି ଘରୋଇ ହସ୍‌ପିଟାଲରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ୪୮ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସାଖର୍ଚ୍ଚ ବହନ କରିବେ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ଆମେ ଏକାଠି କାମ କରିବା ଦରକାର । ସରକାରଙ୍କ ଉଦ୍ୟମରେ ସହଯୋଗ ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.