ନୂଆ ସଡ଼କ ଯାନ ଆଇନ ନେଇ ଏସପି ଓ ଆରଟିଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ସଚେତନ ଓ ସମ୍ବେଦନଶୀଳ କରାଇବାକୁ ଦେଲେ ନିର୍ଦ୍ଦେଶ
ଭୁବନେଶ୍ବର(କେନ୍ୟୁଜ୍): ସଡ଼କ ସୁରକ୍ଷା ନେଇ ଜିଲ୍ଲାପାଳ, ଏସପି ଓ ଆରଟିଓଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଜନସାଧାରଣଙ୍କୁ ସଚେତନ ଓ ସମ୍ବେଦନଶୀଳ କରାଇ ସଡ଼କ ସୁରକ୍ଷାର ଗୁରୁତ୍ୱ ସଂପର୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ଲାର୍ଣ୍ଣର୍ସ ଲାଇସେନ୍ସ ପାଇଁ ଅଧିକ ଆବେଦନ ବଢିଯାଇଥିବାରୁ ପରିବହନ ଅଧିକାରୀଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏବସହ ସମସ୍ତ ପୋଲିସ କର୍ମଚାରୀଙ୍କୁ ଇ-ଚାଲାଣ ମେସିନ ଯୋଗାଇ ଦେବାକୁ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବେଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ପରିବହନ କମିସନର ଉପସ୍ଥିତ ଥିଲେ।