Below header

କିଟ୍ ଓ କିସ୍ କର୍ମଚାରୀଙ୍କ ଶିଶୁମାନଙ୍କ ନିମନ୍ତେ ପ୍ରତିଷ୍ଠିତ ସେଫାଳୀ କ୍ରେଚକୁ ଉଦଘାଟନ ମୁଖ୍ୟମନ୍ତ୍ରୀ

କିଟ୍ ଓ କିସ୍ କର୍ମଚାରୀଙ୍କ ଶିଶୁମାନଙ୍କ ନିମନ୍ତେ ପ୍ରତିଷ୍ଠିତ ସେଫାଳୀ କ୍ରେଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହା ହେଉଛି ଭୁବନେଶ୍ୱରର ସର୍ବବୃହତ କ୍ରେଚ୍ ।

କିଟ୍ ଓ କିସ୍ କର୍ମଚାରୀଙ୍କ ଶିଶୁମାନଙ୍କ ନିମନ୍ତେ ପ୍ରତିଷ୍ଠିତ ସେଫାଳୀ କ୍ରେଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହା ହେଉଛି ଭୁବନେଶ୍ୱରର ସର୍ବବୃହତ କ୍ରେଚ୍ । ଏଠାରେ କିଟ୍ ଓ କିସ୍ କର୍ମଚାରୀମାନେ ସେମାନଙ୍କ ଶିଶୁଙ୍କୁ ନିଶ୍ଚିନ୍ତରେ ଛାଡ଼ି ନିଜ କାମକୁ ଯାଇପାରିବେ । ଏହି କ୍ରେଚ୍ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଠାରେ ଶିଶୁମାନଙ୍କ ପାଇଁ ସମସ୍ତ ପ୍ରକାର ଖେଳ ସାମଗ୍ରୀ ସହ ଆମୋଦ ପ୍ରମୋଦର ବ୍ୟବସ୍ଥା କରାଯାଇଛି । କ୍ରେଚରେ ଶିଶୁମାନଙ୍କ ଦେଖାଶୁଣା ପାଇଁ ସହାୟିକାମାନେ ରହିଛନ୍ତି ।

କିଟ୍ ଓ କିସ୍ ପ୍ରତିଷ୍ଠାତା ସର୍ବଦା ନିଜ କର୍ମଚାରୀଙ୍କ ସୁବିଧା ପ୍ରତି ଧ୍ୟାନ ଦେଇଆସିଛନ୍ତି । କର୍ମଚାରୀମାନେ ଓ ସେମାନଙ୍କ ପରିବାର କିଭଳି ଖୁସିରେ ରହିବେ ସେଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ସେ କାର୍ଯ୍ୟକାରୀ କରାଇଥାନ୍ତି । ସେଥିମଧ୍ୟରୁ ଶେଫାଳୀ କ୍ରେଚ୍ ଅନ୍ୟତମ । ୭ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଏହି କ୍ରେଚ୍ ପ୍ରତିଷ୍ଠା କରାଯାଇଥିବା ବେଳେ କିଟ୍ ଓ କିସ୍ କର୍ମଚାରୀଙ୍କ ୬ ମାସରୁ ୩ବର୍ଷର ଶିଶୁମାନଙ୍କୁ ଏଠାରେ ଯତ୍ନ ନିଆଯାଇଥାଏ ।

ଶିଶୁମାନେ ଯେପରି ଘରେ ରହିବା ଭଳି ଅନୁଭବ କରିବେ ଶେଫାଳୀ କ୍ରେଚରେ ସେହି ପରିବେଶ ତିଆରି କରାଯାଇଛି । କିଟରେ ୫୦ ପ୍ରତିଶତ ମହିଳା କାର୍ଯ୍ୟ କରୁଥିବା ବେଳେ ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଫଳରେ କର୍ମଜୀବୀ ମହିଳାମାନେ ଚିନ୍ତାମୁକ୍ତ ହୋଇ କିଟ୍ ଓ କିସରେ କାର୍ଯ୍ୟ କରିପାରିବେ । କିଟ୍ ଓ କିସ୍ ପ୍ରତିଷ୍ଠାତାଙ୍କ ଏହି ପ୍ରୟାସକୁ କିଟ୍ ଓ କିସ୍ ର କର୍ମଜୀବି ମହିଳାମାନେ ଭୂୟସୀ ପ୍ରଶଂସା କରିଛନ୍ତି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.