Below header

ବିଜୁ ପଟ୍ଟନାୟକ ପାର୍କରେ ଆଧୁନିକ ସ୍ଥାପତ୍ୟ ‘ଦି ରଥ’ ଉଦ୍‌ଘାଟିତ, ଡିଜାଇନ୍‌ କରିଛନ୍ତି ବିଶିଷ୍ଟ ସ୍ଥପତି ନୁରୁ କରିମ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କରେ ଆଧୁନିକ ସ୍ଥାପତ୍ୟ‘ଦି ରଥ’କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ଦି ରଥ’ – ଏକ ଇସ୍ପାତ ସ୍ଥାପତ୍ୟ କଳା । ଟାଟା ଷ୍ଟିଲ କର୍ତ୍ତୃପକ୍ଷ ଓ ବିଡିଏ ର ମିଳିତ ଉଦ୍ୟମରେ ଏହାକୁ ନିର୍ମାଣ କରାଯାଇଛି । ଏହି ସ୍ଥାପତ୍ୟ କଳା କୁ ବିଶିଷ୍ଟ ସ୍ଥପତି ନୁରୁ କରିମ ଡିଜାଇନ କରିଛନ୍ତି । ଏହାକୁ ଟାଟା ଷ୍ଟ୍ରକଚର ଷ୍ଟିଲ ହଲୋ ସେକ୍ସନ ତରଫରୁ ପ୍ରସ୍ତୁତ କରାଯାଇଛି । କୋଣାର୍କର ସ୍ୱଯ୍ୟର୍ ମନ୍ଦିର ଓ ରଥଯାତ୍ରାରୁ ଅନୁପ୍ରାଣିତ ହୋଇ ଏହି ସ୍ଥାପତ୍ୟ ତିଆରି କରିଥିବା କହିଛନ୍ତି ସ୍ଥପତି ନୁରୁ କରିମ । ‘ଦି ରଥ’ର ପାଭିଲିଅନ ଡିଜାଇନକୁ ତିନି ସ୍ତର ରେ ଅନୁଭବ କରି ପାରିବେ । ମହାକାଶ-ସମୟର ଅବାଧ କ୍ରିୟାରେ ଘେରି ହୋଇଥିବା ଇସ୍ପାତ ଜାଲର ପ୍ରତ୍ୟକ୍ଷ ଓ ମାନସିକ ଅନୁଭୂତି ନେଇହେବ । ଦି ରଥରେ ୧୩.୫ ଟନ ଷ୍ଟିଲ ବ୍ୟବହାର ହୋଇଥିବାବେଳେ ଏହା ୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.