ପୃଥିବୀ ଛାଡ଼ି ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରାୟାନ-୨

ପୃଥିବୀ ଛାଡ଼ି ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରାୟାନ-୨ । ଆରମ୍ଭ ହେଲା ଚନ୍ଦ୍ରାୟାନ-୨ର ଟ୍ରାନସ ଲୁନାର ଇଞ୍ଜେକସନ । ଅଗଷ୍ଟ ୨୦ ତାରିଖ ବେଳକୁ ମହାକାଶ ଯାନ ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରି ଘୂରି ବୁଲିବ । ଆସନ୍ତା ସେପ୍ଚେମ୍ବର ୭ରେ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ । ଏଥିରେ ସଫଳ ହେଲେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର । ଗତ ଜୁଲାଇ ୨୨ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରାୟାନ ୨ର ପ୍ରକ୍ଷେପଣ କରାଯାଇଥିଲା ।

chandrayaan-2ଏହି ପ୍ରକଳ୍ପ ପାଇଁ ସମୁଦାୟ ୯୭୮କୋଟିର ବ୍ୟୟ ବରାଦ ହୋଇଛି । ଚନ୍ଦ୍ରଯାନ-୨ ପାଇଁ ୬୦୩ କୋଟି ଓ ଜିଏସଏଲଭି ଏମକେ- ୩ ରକେଟ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଚନ୍ଦ୍ରାୟାନ-୨ ବିଶ୍ୱର ପ୍ରଥମ ସ୍ପେସ୍ ମିଶନ, ଯାହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଭାରତର ନିଜସ୍ୱ ଜ୍ଞାନ କୌଶଳ ଜରିଆରେ ଚନ୍ଦ୍ରରେ ଅବତରଣ କରିବ ଲ୍ୟାଣ୍ଡର । ଅରବିଟର୍ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବା ପରେ, ବର୍ଷେ ଯାଏ ଚନ୍ଦ୍ର ଚାରିପଟେ ବୁଲିବ । ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଲ୍ୟାଣ୍ଡର ବିକ୍ରମ।

Chandrayaan-2୧୪ଶହ ୭୧ କିଲୋଗ୍ରାମର ଲ୍ୟାଣ୍ଡର ମଞ୍ଜିନସ ଉ ଏବଂ ସିମ୍ପିଲିୟସ ଘ, ଏ ଦୁଇଟି ଗର୍ତ୍ତର ମଧ୍ୟବର୍ତ୍ତି ଅଂଚଳରେ ଅବତରଣ କରିବ । ଏହାର କାର‌୍ୟ୍ୟକାଳ ଗୋଟିଏ ଲୁନାର ଡେ, ଅର୍ଥାତ ୧୪ ଦିନ । ବିକ୍ରମ ଭିତରୁ ବାହାରି ଚନ୍ଦ୍ରପୃଷ୍ଟରେ ଅନୁଧ୍ୟାନ କରିବ ରୋଭର ପ୍ରଜ୍ଞା । ଛଅ ଚକିଆ ଏହି ରୋଭର ୫ଶହ ମିଟର ଯାଇ ପାରିବ । ମାଗ୍ନେସିୟମ, କାଲସିୟମ, ଆଇରନ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ ରୋଭର। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ମଧ୍ୟ ଏହି ମିସନ ଅଧ୍ୟୟନ କରିବ।

Leave A Reply

Your email address will not be published.