Below header

ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଜିଲ୍ଲା ନରସିଂହପୁର ଗସ୍ତ , ୨୧୭ କୋଟି ଟଙ୍କାର ବୃହତ୍‌ ମେଗା ପାନୀୟ ଜଳ ପ୍ରକଳ୍ପର କରିବେ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର(କେନ୍ୟୁଜ୍) : ଆଜି ମୁଖ୍ୟମନ୍ତ୍ରୀଙ୍କ କଟକ ଜିଲ୍ଲା ନରସିଂହପୁର ଗସ୍ତ । ଏହି ଅବସରରେ ୯ଶହ ୩୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ୨୨୫କୋଟି ଟଙ୍କାରେ ୧୬୨ଟି ଗାଁର ୨୫ହଜାର ଏକର ଜମିକୁ ଜଳସେଚିତ କରିବା ପାଇଁ ମେଗା ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ହେବ । ନରସିଂହପୁର ଅନନ୍ତ ନାରାୟଣ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ନରସିଂହପୁର-ବଡ଼ମ୍ବା ଅଞ୍ଚଳ ମେଗା ପାଇପ ଜଳଯୋଗାଣ ପ୍ରକଳ୍ପର ଭିତ୍ତି ପଡ଼ିବ । ଏହାଦ୍ୱାରା ଉଭୟ ବଡମ୍ବା ଓ ନରସିଂହପୁର ବ୍ଳକର ୭୩ଟି ଗ୍ରାମପଞ୍ଚାୟତର ଲୋକ ମହାନଦୀରୁ ପାନୀୟ ଜଳ ପାଇବେ ।

ବଡମ୍ବାର ୫୪ଟି ଗାଁର ଚାଷୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ୧୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ରେଙ୍ଗାଳି ଦକ୍ଷିଣ କେନାଲର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସାଧାରଣ ସଭାରେ ଉଦବୋଧନ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ସାଂସଦ ଭର୍ତ୍ତୃହରି ମହତାବ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଜିଲ୍ଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.