ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ , ଗତକାଲି ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍) : ଟାଇଁ ଟାଇଁ ଖରା । ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ । ଗତକାଲି ଭୁବନେଶ୍ୱର ପାଲଟିଥିଲା ଦେଶର ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୯.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରହିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୭ ଫେବୃଆରୀ ୨୦ରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଓ ୨୦୧୮ ଫେବୃଆରୀ ୨୫ରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା । ଫେବୃଆରୀ ମାସରେ ଭୁବନେଶ୍ୱରରେ ଏଭଳି ତାତି ହେବା ଗତ ତିନି ବର୍ଷରେ ପ୍ରଥମ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

heatଭୁବନେଶ୍ୱର ନିକଟସ୍ଥ ଅଞ୍ଚଳରେ ବାୟୁର ବେଗ କମ ତଥା ସ୍ଥିର ରହୁଥିବା ବେଳେ ସହରାଞ୍ଚଳରୁ ନିର୍ଗତ ସବୁଜ ଗ୍ୟାସ ତାପମାତ୍ରା ବୃଦ୍ଧିର କାରଣ ବୋଲି କୁହାଯାଉଛି । ଆଜି ରାଜଧାନୀର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିବାର ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖରୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ୬ରୁ ୭ ଡିଗ୍ରୀ ସେଲସିୟସ ଯାଏ କମିପାରେ । ଏହାପରେ ସପ୍ତାହକ ପର‌୍ୟ୍ୟନ୍ତ କୋହଲା ପାଗ ଲାଗି ରହିବ । ଆସନ୍ତା ମାର୍ଚ୍ଚ ୩ ତାରିଖରୁ ପୁଣି ତାପମାତ୍ରା ବଢ଼ିବ ବୋଲି ଆକଳନ କରାଯାଉଛି । ଦିନକୁ ଦିନ ତାତି ବଢୁଥିବାରୁ ଲୋକମାନେ ହଇରାଣ ହେଉଛନ୍ତି । ଏପରିକି ଦିନ ୧୦ଟା ପରେ ଦେହ ଜଳିଗଲା ଭଳି ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.