Below header

ଅର୍ଥ କମିସନ ଅଧ୍ୟକ୍ଷଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ , ବିଭିନ୍ନ ପ୍ରସଙ୍ଗରେ ରାଜ୍ୟର ଦାବି କଲେ ଉପସ୍ଥାପନ

ଭୁବନେଶ୍ବର(କେନ୍ୟୁଜ୍) : ପଞ୍ଚଦଶ ଅର୍ଥ କମିସନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାରଦର୍ଶିତା ଲାଭ କରିବା ବିଭିନ୍ନ କ୍ଷେତ୍ର ସଂପର୍କରେ ମୁଖ୍ୟମନ୍ତ୍ରୀ କମିସନ ଅଧ୍ୟକ୍ଷ ଏନକେ ସିଂହଙ୍କୁ ଅବଗତ କରାଇଛନ୍ତି। ଏହା ସହ ରାଜ୍ୟର ସାମୁହିକ ବିକାଶ ପାଇଁ ଅନେକ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି। ଓଡ଼ିଶା ଟେଲି ଯୋଗାଯୋଗ, ରେଳବାଇ, ବ୍ୟାଙ୍କ ସେବା, ରାଜପଥ କ୍ଷେତ୍ରରେ ଆଖିଦୃଶିିଆ ବିକାଶ ଲାଭ କରିପାରିନାହିଁ। ଏଦିଗରେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି ରଖିଛନ୍ତି। ଶିଳ୍ପ କ୍ଷେତ୍ର, କୋଇଲା ରୟାଲଟି, ପାନୀୟ ଜଳ, ଜଳସେଚନ, ଅନଗ୍ରସର ଅଞ୍ଚଳ ପାଇଁ ଅନୁଦାନ ରାଶିରେ ହ୍ରାସ, ଏବଂ କେବିକେ ପ୍ରସଙ୍ଗରେ କେନ୍ଦ୍ର ରାଜ୍ୟକୁ ଅବହେଳା କରିଆସିଛି। କେନ୍ଦ୍ରର ଅବହେଳା ଓ ପ୍ରାକୃତିକ ବିପର‌୍ୟ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କମିସନଙ୍କ ଆଗରେ ପାଞ୍ଚଟି ପ୍ରମୁଖ ଦାବି ଉପସ୍ଥାପନ କରିଛନ୍ତି। ଟିକସ ହସ୍ତାନ୍ତରଣ ୪୨ରୁ ୫୦ପ୍ରତିଶତକୁ ବୃଦ୍ଧି କରିବା, ୧୯୭୧ ଜନଗଣନା ଅନୁସାରେ ଏହି ଅର୍ଥ ବରାଦ, ଆଗାମୀ ୧୦ବର୍ଷ ପାଇଁ ଜିଏସଟି କ୍ଷତିପୂରଣ ବୃଦ୍ଧି କରିବା, କୋଇଲା ଖଣି ଅଞ୍ଚଳରେ କ୍ଲିନ ଏନର୍ଜି ସେସର ବ୍ୟବହାର କରିବାକୁ ଦାବି ରଖିଛନ୍ତି। ଅର୍ଥ କମିଶନଙ୍କ ବୈଠକରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.