କରୋନା ସ୍ଥିତି ନେଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, କଟକ ଓ ଖୋର୍ଦ୍ଧାକୁ ମିଳିବ ୧୫ କୋଟି

ଭୁବନେଶ୍ଵର: ଓଡ଼ିଶାର ଗଂଜାମ, କଟକ, ଖୋର୍ଦ୍ଧା ଜିଲ୍ଲା କରୋନାରେ ସର୍ବାଧିକ ପ୍ରଭାବିତ । ଗତକାଲି ଗଞ୍ଜାମ ଜିଲ୍ଲା ସ୍ଥିତି ସମୀକ୍ଷା ପରେ ଆଜି କଟକ ଓ ଖୋର୍ଦ୍ଧା ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରୋନା ସ୍ଥିତି ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଆଇନ ମନ୍ତ୍ରୀ ପ୍ରତାପ ଜେନା, ସିଏମ୍‌ସି କମିଶନର ଅନନ୍ୟ ଦାସ ବି ପ୍ରମୁଖ ଉପସ୍ଥିତ ଥିଲେ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୧୫ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ।

ସୂଚନା ଦେବା ଯୋଗ୍ୟକି, ଏହି ଦୁଇ ଜିଲ୍ଲାରେ ସଂକ୍ରମଣ ହାର ଅଧିକ ଥିବାରୁ ଜୁଲାଇ ୩୧ଯାଏ ଲକଡାଉନ୍‌ ସମୟ ସୀମା ବୃଦ୍ଧି କରାଯାଇଛି । ଗତକାଲି ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା ପରେ କୋଭିଡ୍‌ ମୁକାବିଲା ପାଇଁ ଅତିରିକ୍ତ ୨୫ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.