Below header

ବନ୍ଧୁ ଦେଲା ବଡ଼ ଦଗା : ପାକିସ୍ତାନରେ ବ୍ୟାନ୍‌ ହେଲା ଚୀନ୍‌ ଆପ୍‌ ପବଜୀ ଓ ବିଗୋ, ଏବେ ପୁଣି ବ୍ୟାନ୍‌ ହେବ ଟିକ୍‌ଟକ୍‌

ନୂଆଦିଲ୍ଲୀ : ଭାରତ, ବ୍ରିଟେନ୍‌ ଓ ଆମେରିକା ପରେ ଚୀନ୍‌ର ଘନିଷ୍ଠ ବନ୍ଧୁ ପାକିସ୍ତାନ ମଧ୍ୟ ଚୀନ୍‌କୁ ବଡ଼ ଝଟ୍‌କା ଦେଇଛି । ପାକିସ୍ତାନ ଟେଲିକମ୍ୟୁନିକେସନ୍‌ ଅଥରଟି (ପିଟିଏ) ଚୀନ୍‌ ଆପ୍‌ ପବଜୀକୁ ବ୍ୟାନ୍‌ କରିବା ପରେ ବିଗୋକୁ ବି ବ୍ୟାନ୍‌ କରିଛି । ଏହି ଆପ୍‌ ବନ୍ଦ ପରେ ପାକିସ୍ତାନ ନିଜ ଦେଶରେ ଟିକ୍‌ଟକ୍‌ କୁ ମଧ୍ୟ ବନ୍ଦ କରିବ ବୋଲି ପ୍ରକାଶ କରିଛି ।

ଏହା ଦ୍ୱାରା ଚୀନ୍‌ରେ ଅଶ୍ଳୀଳତା ବ୍ୟାପୁଥିବା ଅଭିଯୋଗ କରି ପାକିସ୍ତାନ ଟିକ୍‌ଟକ୍‌ ବ୍ୟାନ୍‌ କରିବ ବୋଲି କହିଛି । ଅଳ୍ପ ଦିନ ମଧ୍ୟରେ ପାକିସ୍ତାନରେ ଟିକ୍‌ଟକ୍‌ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ ବୋଲି ପିଟିଏ ପ୍ରକାଶ କରିଛି । ଗଲ୍‌ଓ୍ଵାନ୍‌ ଘାଟିରେ ଚୀନ୍‌ ସେନାଙ୍କ ଆକ୍ରମଣରେ ୨୦ ଭାରତୀୟ ସେନା ସହିଦ ହେବା ପରେ ଭାରତରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ।

INDIA-CHINA-INTERNET-SECURITY-TIKTOK

ଚୀନ୍‌ର ଆର୍ଥିକ ଅଭିବୃଦ୍ଧିକୁ ରୋକିବା ପାଇଁ ଭାରତ ଚୀନ୍‌ର ୫୯ ଟି ଆପ୍‌କୁ ଗୋଟିଏ ଦିନରେ ବ୍ୟାନ୍‌ କରିଥିଲା । ଭାରତ ଯଦିଓ ଚୀନ୍‌ ଆପ୍‌ ବ୍ୟବହାର ଦ୍ୱାରା ଦେଶର ଆଭ୍ୟନ୍ତରୀଣ ସୂରକ୍ଷା ପ୍ରତି ବିପଦ ଥିବା ନେଇ ପ୍ରକାଶ କରିଥିଲା । ବାସ୍ତବରେ ଚୀନ୍‌ର ଆର୍ଥିକ ଅଭିବୃଦ୍ଧିକୁ ରୋକିବା ଏହାର ମୂଳ ଲକ୍ଷ୍ୟ ଥିଲା । ଖାଲି ସେତିକି ନୁହେଁ ଭାରତରେ ଚୀନ୍‌ କମ୍ପାନୀ ନେଇଥିବା ବିଭିନ୍ନ କଣ୍ଟ୍ରାକ୍ଟକୁ ମଧ୍ୟ ଭାରତ ଖାରଜ କରିଦେଇଥିଲା ।

ଏହା ପରେ ବ୍ରିଟେନ୍‌, ଆମେରିକା ମଧ୍ୟ ଚୀନ୍‌ ଆପ୍‌କୁ ବନ୍ଦ କରିବାକୁ ଘୋଷଣା କରିଥିଲେ । ଚୀନ୍‌ ଆପ୍‌ ବ୍ୟବହାର ଦ୍ୱାରା ଦେଶର ଆଭ୍ୟନ୍ତରୀଣ ସୂରକ୍ଷା ପ୍ରତି ବିପଦ ସୃଷ୍ଟି ହେବା ନେଇ ଆମେରିକା ପ୍ରଶ୍ନ ଉଠାଇ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.