Below header

ବିକାଶର ନୂଆ ଅଧ୍ୟାୟ ଲେଖିଲା କଟକ ବଡ଼ ମେଡ଼ିକାଲ,ତାଳଦଣ୍ଡା କେନାଲ ପାର୍ଶ୍ୱର ସମ୍ପ୍ରସାରିତ ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ବିକାଶର ନୂଆ ଅଧ୍ୟାୟ ଲେଖିଲା କଟକ ବଡ଼ ମେଡ଼ିକାଲ । ଏଣିକି ଏସସିବିକୁ ବାହାର ରାଜ୍ୟରୁ ଆସୁଥିବା ରୋଗୀଙ୍କୁ ଆଉ ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ । କଟକ ତାଳଦଣ୍ଡା କେନାଲ ପାର୍ଶ୍ୱର ସମ୍ପ୍ରସାରିତ ରାସ୍ତାକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନ୍ମମାଟିକୁ ଦେଇଥିବା କଥା ରଖିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, କୋଭିଡ ସମୟରେ ଠିକରେ ସମୟରେ କାମ ସରିଥିଲା । ଏସସିବିକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ । କଟକ ସହରରେ ଜନଗହଳି ହ୍ରାସ ପାଇଁ ତାଳଦଣ୍ଡା କେନାଲକୁ ଅଧିକ ସମ୍ପ୍ରସାରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।taladanda canal

ତାଳଦଣ୍ଡା କେନାଲର ଉଭୟ ବନ୍ଧ ରାସ୍ତା ଜୋବ୍ରା ବ୍ୟାରେଜ ନିକଟ କଟକ ରିଂ ରୋଡ ସହ ଯୋଡ଼ି ହୋଇଛି । ଏହାଦ୍ୱାରା ଏସସିବିକୁ ଆସୁଥିବା ରୋଗୀ, ଆମ୍ବୁଲାନ୍ସ ଆଉ କେଉଁଠି ଅଟକିବ ନାହିଁ । ଭିଡ଼ ଭିତରେ ନଫସି ବିନା ବାଧାରେ ହସ୍ପିଟାଲରେ ପହଞ୍ଚିବ । ତାଳଦଣ୍ଡାର ବାମ ଓ ଡାହାଣ କେନାଲ ବନ୍ଧକୁ ୩ ଲେନ୍‌ କରିବା ପାଇଁ ଜାନୁଆରୀ ମାସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।

taladanda 1

କଟକ ବଡ଼ ମେଡିକାଲରୁ ବିଶ୍ୱସ୍ତରୀୟ କରିବା ପାଇଁ ବହୁ ଉନ୍ନତିମୂଳକ କାମ ହାତକୁ ନେଇଛନ୍ତି ରାଜ୍ୟ ସରକାର । କରୋନା ଯୋଗୁ ମନ୍ଥର ହୋଇଥିଲା ଏସ୍‌ସିବି ସଂପ୍ରସାରଣ କାର୍ଯ୍ୟ । ଲକଡାଉନ୍‌ ପରେ ପୁଣି ଥରେ କାମ ତ୍ୱରାନ୍ଵିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.