ପ୍ରକୃତି ଛାଡ଼ୁନି ପାକ୍‌, ସୀମାରେ ଅନୁପ୍ରବେଶ ବେଳେ ଧରିଲେ ଭାରତୀୟ ଯବାନ; ଦେଖନ୍ତୁ ଭିଡିଓ

ପ୍ରକୃତି ଛାଡ଼ୁନି ପାକିସ୍ତାନ। ରୀତିମତ ଭାରତ ଉପରେ ଆକ୍ରମଣ କରିବାକୁ ପ୍ରୟାସ ଜାରି ରଖିଛି ପାକ୍‌। ଏବେ ପାକ୍‌ର ଆଉ ଏକ ଚାଲ୍‌ ଧରାପଡ଼ିଛି। ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନର ଯୋଜନାକୁ ଭଣ୍ଡୁର କରିଛି ଭାରତ।

Capture

ସେନା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସେନା ବାହିନୀର ଯବାନମାନେ କିଶନ ଗଙ୍ଗା ନଦୀ କୂଳରେ ବିପୁଳ ପରିମାଣର ବନ୍ଧୁକ ଓ ଗୁଳିଗୋଳା ଜବତ କରିଛନ୍ତି। ଜମ୍ମୁ କଶ୍ମୀରର କେରନ୍‌ ସେକ୍ଟରରେ ଥିବା ଏଲ୍‌ଏସି ଦେଇ ପାକିସ୍ତାନୀ ଆତଙ୍କୀ ଓ ସହଯୋଗୀଙ୍କ ପାଖକୁ ଅସ୍ତ୍ରଶସ୍ତ ପଠାଇବାକୁ ଉଦ୍ୟମ କରୁଥିଲା ପାକିସ୍ତାନ। ପାକ୍‌ର ଏହି ଯୋଜନାକୁ ଭାରତୀୟ ସେନାମାନେ ପଣ୍ଡ କରିବା ସହ ଘଟଣାସ୍ଥଳରୁ ୪ଟି ଏକେ ୭୪ ରାଇଫଲ, ୨୪୦ ରାଉଣ୍ଡ ଗୁଳି ଓ ଗୋଟିଏ ସ୍କେଚ୍‌ ଜବତ କରିଛି।

ଦେଖନ୍ତୁ ଭିଡିଓ:

ମିଳିଥିବା ସୂଚନାନୁଯାୟୀ, କିଶନଗଙ୍ଗା ନଦୀ ଦେଇ ୨-୩ ଜଣ ଲୋକ ଟ୍ୟୁବ୍‌ ଦ୍ୱାରା ଦଉଡ଼ି ବାନ୍ଧି କିଛି ସାମଗ୍ରୀ ନେଉଥିବା ବେଳେ ସେନାବାହିନୀଙ୍କ ନଜରରେ ପଡ଼ିଥିଲେ। ସେନାର ଯବାନମାନେ ପାକ୍‌ର ଏହି ଯୋଜନାକୁ ବିଫଳ କରିଛନ୍ତି।

ଏ ନେଇ ଲେଫଣ୍ଟାଣ୍ଟ ଜେନେରାଲ ବିଏସ୍‌ ରାଜୁ କହିଛନ୍ତି ଏବର୍ଷ ଆମେ ଅନେକ ଅନୁପ୍ରବେଶକାରୀଙ୍କୁ ରୋକିବାରେ ସଫଳ ହୋଇଛୁ। ଗତବର୍ଷ ଅନୁପ୍ରବେଶକାରୀଙ୍କ ସଂଖ୍ୟା ୧୩୦ ପାଖାପାଖି ଥଲା। କିନ୍ତୁ ଏବର୍ଷ ୩୦ ଅଛି। ଏହା ଦ୍ୱାରା ଆନ୍ତରିକ ସ୍ଥିତି ସୁଧାରିବାରେ ସାହାଯ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.