Below header

ଗୁଣ୍ଡିଚା ପରେ ଏବେ ବାହୁଡା ଚିନ୍ତା, ଭିଡିଓ କନ୍‌ଫରେନ୍‌ସିଂରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍ (ବ୍ୟୁରୋ): ମହାପ୍ରଭୁଙ୍କ ନୀତିର ଶୃଙ୍ଖଳିତ ପରିଚାଳନା ପାଇଁ ସର୍ବୋତ୍ତମ ଉଦ୍ୟମ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ । ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ବାହୁଡ଼ା, ସୁନାବେଶ, ଅଧରପଣା ଓ ନିଳାଦ୍ରିବିଜେ ଆଦି ନୀତିର ସୁପରିଚାଳନା ବିଷୟରେ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରି ଯେଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସଂପାଦିତ ହେଲା ,ସେଥିପାଇଁ ସେବାୟତ, ଜିଲ୍ଲା ପ୍ରଶାସନ, ପୋଲିସ, ସ୍ୱାସ୍ଥ୍ୟ ବିଭାଗକୁ ଧନ୍ୟବାଦ ଜଣାଇଥିଲେ । ଆଗାମୀ ବାହୁଡ଼ା ଓ ସୁନାବେଶ ସମୟରେ ମଧ୍ୟ ସେହିଭଳି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମହାପ୍ରଭୁଙ୍କ ନୀତିକାନ୍ତିକୁ ଠିକ୍‌ ସମୟରେ କରିବା ସହ କେବଳ କୋଭିଡ୍‌ ନେଗେଟିଭ୍‌ ଥିବା ସେବାୟତଙ୍କୁ ନେଇ ନୀତି ସଂପାଦନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଆଲୋଚନାରେ ପୁରୀ ଦାୟିତ୍ୱରେ ଥିବା ମନ୍ତ୍ରୀ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନ, ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.