Below header

ବିଏମ୍‌ସି କଲା ଘୋଷଣା : ଭୁବନେଶ୍ୱରକୁ ଏହି ୫ ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

ଭୁବନେଶ୍ୱର(କେନ୍ୟୁଜ୍‌) : ଭୁବନେଶ୍ୱରରେ ବଢ଼ୁଥିବା କରୋନା ମାମଲାକୁ ଦେଖି ରାଜ୍ୟ ସରକାର ଶୁକ୍ରବାର ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବା ବ୍ୟକ୍ତିଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) ଘୋଷଣା କରିଛି ।

ଭୁବନେଶ୍ୱରରେ ଲକ୍‌ଡାଉନ୍‌ କୋହଳ ହେବା ପରେ ଅନ୍ୟ ହଟ୍‌ସ୍ପଟ୍‌ ଜିଲ୍ଲାରୁ ଲୋକେ କାମ ଧନ୍ଦା କରିବାକୁ ଭୁବନେଶ୍ୱର ଆସୁଥିବା ଦେଖିବାକୁ ମିଳିଛି । ବିଶେଷ କରି ଏହି ଲୋକମାନେ ଭୁବନେଶ୍ୱରର ବସ୍ତି ଇଲାକାରେ ରହୁଥିବା ବେଳେ କେତେକ କରୋନା ପଜେଟିଭ ମାମଲା ନଜରକୁ ଆସିଛି । ଏହି ଲୋକମାନେ ଲକ୍ଷଣ ବିହୀନ ହୋଇଥିବାରୁ ଏମାନେ ଅନ୍ୟ ଲୋକଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି ।

bmc-1

ବସ୍ତି ଅଞ୍ଚଳରେ ଛୋଟ ଘର ଓ ଏଠାରେ ଅଧିକ ଲୋକ ରହୁଥିବାରୁ ଜନସଂଖ୍ୟା ଘନତ୍ତ୍ୱ ଦୃଷ୍ଟିରୁ ଏଠାରେ ସାମାଜକ ଦୂରତ୍ତ୍ୱ ରକ୍ଷା କରିବା ସମ୍ଭବ ନୁହେଁ ବୋଲି ବିଏମ୍‌ସ ପ୍ରକାଶ କରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ୫ଟି ଜିଲ୍ଲାରୁ ଭୁବନେଶ୍ୱର ବସ୍ତି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରଖିବାକୁ ବିଏମ୍‌ସି ଘୋଷଣା କରିଛି ।

ବସ୍ତି ଅଞ୍ଚଳକୁ ଆସୁଥିବା ଏହି ସବୁ ଲୋକଙ୍କୁ ଠାବ କରିବା ପାଇଁ ସକ୍ରିୟ ବସ୍ତି ତଦରଖକାରୀ ଦଳଙ୍କୁ ବିଏମ୍‌ସ ଦାୟିତ୍ତ୍ୱ ଦେଇଛି । ତଦନ୍ତକାରୀ ଦଳ ଦୈନିକ ଏହିସବୁ ଲୋକଙ୍କୁ ଠାବ କରିବା ସହ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖିବା ବ୍ୟବସ୍ଥା କରିବେ ।

ପ୍ରତିଦିନ ଏହାର ରିପୋର୍ଟ ଜୋନାଲ୍‌ ଡେପୁଟି କମିଶନ୍‌ର(ଜେଡିସି)ଙ୍କୁ ଜଣାଇବେ ବୋଲି ବିଏମ୍‌ସି ଶୁକ୍ରବାର ତା’ର ନିର୍ଦ୍ଦେଶନାମାରେ ପ୍ରକାଶ କରିଛି । ଜେଡସି ପ୍ରତିଦିନ ଏହି ରିପୋର୍ଟ ବିଏମ୍‌ସିଙ୍କୁ ଦେବ ବୋଲି ବିଏମ୍‌ସିର ନିର୍ଦ୍ଦେଶନାମାରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.