ଜୁଲାଇ ୧୫ ପର୍ଯ୍ୟନ୍ତ କୌଣସି ବ୍ୟାବସାୟିକ ଅନ୍ତର୍ଜାତୀୟ ବିମାନ ଭାରତ ଆସିବ ନାହିଁ କିମ୍ବା ଭାରତରୁ ଯିବନାହିଁ: ଡିଜିସିଏ

କେନ୍ୟୁଜ୍ (ବ୍ୟୁରୋ): ଜୁଲାଇ ୧୫ ପର୍ଯ୍ୟନ୍ତ ଉଡିବନି ଅନ୍ତର୍ଜାତୀୟ ବିମାନ । କୌଣସି ବ୍ୟାବସାୟିକ ଅନ୍ତର୍ଜାତୀୟ ବିମାନ ଭାରତ ଆସିବ ନାହିଁ କିମ୍ବା ଭାରତରୁ ଯିବନାହିଁ ବୋଲି ଡିଜିସିଏ ଘୋଷଣା କରିଛି । ତେବେ ସ୍ୱତନ୍ତ୍ର ବିମାନ କିମ୍ବା କାର୍ଗୋ ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ଏହି କଟକଣା ନାହିଁ ।

ପରିସ୍ଥିତି ଦେଖି ଜୁଲାଇ ମାସରେ ଅନ୍ତର୍ଜାତୀୟ ବିମାନ ଉଡାଣ ନେଇ ନିଷ୍ପତ୍ତି ନିଆଯିବ ବୋଲି କିଛି ଦିନ ତଳେ ସୂଚନା ଦେଇଥିଲେ ବେସାରମିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପସିଂ ପୁରୀ । ଦେଶରେ ଲକଡାଉନ ଆରମ୍ଭରୁ ସମସ୍ତ ପାସେଞ୍ଜର ବିମାନକୁ ବାତିଲ କରାଯାଇଥିଲା । ଗତ ମେ ୨୪ ରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିଛି । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.