ପୁଣି ତେଜିଲା କଳା ପଲ୍‌ସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

ସୋର(କେନ୍ୟୁଜ୍‌): ପୁଣି ତେଜିଲା କଳା ପଲ୍‌ସର ଆତଙ୍କ । ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ଉତ୍ତରେଶ୍ବର ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଲୁଟିନେଇଛନ୍ତି ଦୁର୍ବୃତ୍ତ ।

ସୁଚନା ଅନୁସାରେ ସୋର ଥାନା ନିଶ୍ଚିନ୍ତପୁର ପଞ୍ଚାୟତ କୁଡେଇ ଗ୍ରାମର ତ୍ରିନାଥ ଖିଲାରଙ୍କ ସ୍ତ୍ରୀ ରେବତୀ ଓ ଦିଅର ଯୋଗେଶ ସମ୍ପର୍କୀୟଙ୍କ ଘର ବର୍ତ୍ତନାରୁ ନିଜ ଘର କୁଡେଇକୁ ଫେରୁଥିଲେ ।

SORO-2

ସେମାନେ ଉତ୍ତରେଶ୍ବର ଛକ ନିକଟରେ ପହଞ୍ଚିଥିବା ବେଳେ ଏକ କଳାରଙ୍ଗର ପଲସରରେ ଆସୁଥିବା ଜଣେ ଦୁର୍ବୃତ୍ତ ମହିଳାଙ୍କ ବେକରୁ ୧ଭରି ଓଜନର ଏକ ସୁନା ଚେନ୍ ଝାମ୍ପି ଫେରାର ହୋଇଯାଇଥିଲା । ଏଥିରେ ରେବତୀ ଓ ତାଙ୍କ ଛୋଟ ପୁଅ ସାମାନ୍ୟ ଆହାତ ହୋଇଛନ୍ତି ।

ଏନେଇ ସୋର ଥାନାରେ ରେବତୀ ଅଭିଯୋଗ କରିବା ପରେ ସୋର ତୀପୁଲିସ ତଦନ୍ତ କରୁଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.